ଉଦଜିବିତ ହେଲା ବ୍ରାହ୍ମଣୀଗାଁ ବ୍ଲକ ଗଠନ ଦାବୀ…

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ସରକାର ନୂତନ ବ୍ଲକ ଓ ପଞ୍ଚାୟତ ବିଭାଜନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଅଞ୍ଚଳର ଲୋକଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ସରଗରମ ହୋଇ ଉଠିଛି l କନ୍ଧମାଳ ଜିଲ୍ଲାର ସର୍ବବୃହତ ବ୍ଲକ ଦାରିଙ୍ଗବାଡି ୨୫ ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଏହାର ୧୧ନଂ ଜିଲ୍ଲା ପରିଷଦ ଜୋନରେ ବ୍ରାହ୍ମଣୀଗାଁ ସମେତ ଅଞ୍ଚଳର ଆଠଗୋଟି ପଞ୍ଚାୟତ ଯଥା କାଟିଙ୍ଗିଆ, କୁମ୍ଭାରିଗାଁ, ଝିଞ୍ଜିରି ଗୁଡା, ଗଦାପୁର, ହାତୀ ମୁଣ୍ଡା, ତାଯୁଙ୍ଗିଆ ଓ ସରାମୂଳୀ ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ ପାଇଁ ବିଗତ ୪ଦଶନ୍ଧି ଧରି ଦାବୀ ହୋଇ ଆସୁଅଛି l ଅନେକ ଥର ବ୍ରାହ୍ମଣୀଗାଁ ବ୍ଲକ ଗଠନ ଦାବୀକୁ ନେଇ ରାଲି ଶୋଭାଯାତ୍ରା ଓ ଆନ୍ଦୋଳନ ମଧ୍ୟ ହୋଇଛି l କିନ୍ତୁ ତତ୍ କାଳୀନ ସରକାର ବ୍ଲକ ଗଠନ ବିଷୟରେ କୌଣସି ଚିନ୍ତା କରି ନ ଥିଲେ l ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ବ୍ଲକ ଓ ପଞ୍ଚାୟତ ବିଭାଜନ ପାଇଁ ଚିନ୍ତା ପ୍ରକଟ କରିଛନ୍ତି l ଏହା ଯଦିଓ କାର୍ଯ୍ୟକାରୀ ହୁଏ ଏବଂ ଅଞ୍ଚଳ ବାସୀଙ୍କର ଦୀର୍ଘ ଦିନର ଦାବୀ ବ୍ରାହ୍ମଣୀଗାଁରେ ବ୍ଲକ ସ୍ଥାପନ ହୁଏ ତେବେ ଅଞ୍ଚଳ ବାସୀଙ୍କ ସମସ୍ୟା ଦୂର ହେବା ସାଥେ ସାଥେ ଦୃତ ଗତିରେ ବିକାଶ ହୋଇ ପାରିବ ବୋଲି ଆଶା ପ୍ରକଟ କରିଛନ୍ତି ଅଞ୍ଚଳ ବାସୀ ।
ଶନିବାର ଦିନ ବ୍ଲକ ଗଠନ ଅଭିଯାନ କମିଟିର କାର୍ଯ୍ୟକାରୀ ସଭାପତି ବିକ୍ରମ ବସ୍ତିରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା l ଏଥିରେ ଆଠ ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଏହି ବ୍ଲକ ଗଠନ ଅଭିଯାନକୁ କିପରି ଆଗକୁ ନେଇ ପାରିବେ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ବ୍ରାହ୍ମଣୀଗାଁ ବ୍ଲକ ଦାବୀକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ସେ ନେଇ ଆଲୋଚନା ଥିଲେ ।