ମୌଳିକ ସୁବିଧାରୁ ବଞ୍ଚିତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳର ମୁଦେଡି ଗ୍ରାମର ବାସୀ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳର 11 ନମ୍ବର ୱାର୍ଡ ପଣସପଡି ୱାର୍ଡର ମୁଦେଡି ଗ୍ରାମର ଜନସାଧାରଣ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ନା ଅଛି ଗମନାଗମନ ପାଇଁ ପକା ରାସ୍ତା ନା ଅଛି ପିଇବା ପାଇଁ ସୁଦ୍ଧ ପାନୀୟ ଜଳ ନା ଅଛି ଆଲୋକ ବ୍ୟବସ୍ଥା । ଏ ସବୁ ସମସ୍ୟା ଥିବାରୁ ଛଟ ଛଟ ପିଲାମାନେ ମଧ୍ୟ୍ୟ ସ୍କୁଲ ଯାଉନାହାନ୍ତି କି ଅଙ୍ଗନାୱାଡି ଯାଉନାହାନ୍ତି l ଯାହା ପାଇଁ ପିଲାର ପାଞ୍ଚବର୍ଷ ହେଲେ ବିଭିନ୍ନ ହଷ୍ଟେଲରେ ରହି ପାଠ ପଡ଼ିବାକୁ ରଖୁ ଛନ୍ତି ପରିବାର ଲୋକ । ତା ପୂର୍ବରୁ ଯେତେକ ଶିକ୍ଷା ପାଇବା କଥା ପିଲାମାନେ ସେତିକି ଶିକ୍ଷା ପାଇପାରୁନାହାନ୍ତି ଏବଂ ଅଙ୍ଗନାୱାର୍ଡ କେନ୍ଦ୍ରରୁ କୌଣସି ଖାଦ୍ୟ ପିଲାମାନେ ଏବଂ କିଶୋରି ଓ ଗର୍ଭବତୀ ମହିଳାଙ୍କୁ ମିଳୁନ ଥିବା ଅଭିଯୋଗ ହୋଇଛି । ସେହି ଗାଁରେ ରାସ୍ତା ସୁବିଧା ନମ୍ବର ଥିବାରୁ ଦେହ ଅସୁସ୍ଥ ହେଲେ ଖଟିଆର ସାହାରା ନେବାକୁ ପଡୁଛି ବୋଲି କହିଛନ୍ତି ଅଞ୍ଚଳ ବାସୀ l ବାଲିଗୁଡା ବିଜ୍ଞାପିତ ଅଞ୍ଚଳର ଲୋକ ମାନଙ୍କର ଏ ପ୍ରକାରର ଅସୁବିଧା ତେବେ ବାଲିଗୁଡା ବ୍ଲକରେ ଥିବା ଏମିତି ଗ୍ରାମାଞ୍ଚଲ ଅବସ୍ଥା ଜଳ ଜଳ ହୋଇ ଦେଖା ଯାଉଛି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ମତପ୍ରକାଶ ପାଇଛି । ତେଣୁ  ବିଜ୍ଞାପିତ ଅଂଚଳ ପରିଷଦ ପ୍ରଶାସନ ଏହି ଗରିବ ନିରୀହ ଲୋକ ମାନଙ୍କର ଦୁଃଖ ବୁଝିଲେ ଲୋକ ମାନେ ଉପକୃ୍ତ ହୁଏନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l