ବାଇକ୍କୁ ଧକା ଦେଲା ଟିପର ବାଇକ୍…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼  ଥାନାଛକ ନିକଟରେ ଟିପର ଧକ୍କାରେ ବାଇକ୍ ଆରୋହୀ ଆହାତ ହୋଇଥିବା ଜଣପଡିଛି l ଖଜୁରୀପଦା ଠାରୁ ପାରଳାଖେମୁଣ୍ଡି ଅଭିମୁଖେ  ଦୃତଗତିରେ ଟିପରଟି ଯାଉଥିବାବେଳେ  ବାଇକ ଆରୋହୀଙ୍କୁ ଧକା ଦେବା ଫଳରେ ଘଟଣାସ୍ଥଳରେ ପଡ଼ିଯାଇଥିଲେ ବାଇକ୍  ଆରୋହି ରାୟଗଡ଼ ଗ୍ରାମର ସାଇମାନ ମିଶାଲ ବୋଲି ଜଣାପଡ଼ିଛି l ଉକ୍ତ ସ୍ଥାନରୁ ଗ୍ରାମବାସୀମାନେ  ରାୟଗଡ଼ ମେଡିକାଲରେ ଭର୍ତ୍ତି କରିଥଲେ l ସାମାନ୍ୟ ଚିକିତ୍ସା ପରେ  ଡାକ୍ତର ତାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି l  ସୂଚନା  ମୁତାବକ ବାଇକ ଆରୋହୀ ଜଣକ ବ୍ୟବସାୟୀ  ନିମନ୍ତେ ଜଲାଙ୍ଗ ଗ୍ରାମକୁ ଯାଇ ଫେରୁଥିବବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା l