ଚାଷୀର ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ଝଡ଼: ବ୍ରାହ୍ମଣୀଗାଁ ରେ ଦେଖା ଦେଇଛି ଲଘୁଚାପ ଜନିତ ବର୍ଷାର ପ୍ରଭାବ, ଗଜା ହେବାକୁ ବସିଲାଣି ଧାନ ଫସଲ…

ଦାରିଙ୍ଗବାଡି( ଆଶୋକ ସିଂ): ଅଦିନିଆ ବର୍ଷାରେ ଉଜୁଡ଼ି ଗଲା ଧାନ ଫସଲ  l ମୁଣ୍ଡରେ ହାତ ଦେଇ କାନ୍ଦୁଛି ଚାଷୀ । ହଁ ଆଜ୍ଞା ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ତଥା ଆଖ ପାଖ ଗ୍ରାମରୁ । ଲଗାଣ ବର୍ଷା ଯୋଗୁଁ ବିଲରୁ ଧାନ ସଂଗ୍ରହ କରାଯାଇ ପାରି ନଥିବା ବେଳେ ଯେଉଁ ଧାନ ସଂଗ୍ରହ କରି ଖଳାକୁ ଅଣାଯାଇଥିଲା ସେଗୁଡ଼ିକ ମଧ୍ୟ ନଷ୍ଟ ହେବା ସାଥେ ସାଥେ ଧାନରୁ ଗଜା ବାହାରିଥିବା ଦେଖିବାକୁ ମିଳିଛି । ଅଞ୍ଚଳର ଅଧୂକାଂଶ ଚାଷୀ ମାନଙ୍କର ଅଵସ୍ଥା ଶୋଚନୀୟ ହୋଇ ପଡ଼ିଛି । ଏହି ଧାନ ପାଇଁ ଚାଷୀ ଜଣକ ବର୍ଷ ଯାକ ପରିଶ୍ରମ କରି ଥାଏ ଏଥିରେ ତାର ପରିବାରର ପେଟ ପୋଷିବା ଲାଗି ଧାର ଉଧାର କରି ଜମିରେ ଧାନ ଫସଲ କରିଥାଏ । ଯଦି ସେହି ଫସଲ ନଷ୍ଟ ହୋଇଯାଏ ତାହେଲେ ଚାଷିଟି ତାର ପରିବାରର ପେଟ କିପରି ପୋଷିବ ? କଣ ଖାଇବ କିପରି ଚଳିବ ?  ଲଘୁଚାପ ଜନିତ ଲଗାଣ ବର୍ଷା ରେ ଧାନ ଫସଲ ସବୁ ନଷ୍ଟ ହୋଇ ଗଜା ହେବାକୁ ବସିଛି l ଦୁର୍ଭାଗ୍ୟର କଥା ଏପର୍ଯ୍ୟନ୍ତ କୌଣସି ସରକାରୀ ବାବୁ ଯଥା ରାଜସ୍ବ ନିରୀକ୍ଷକ, କୃଷି ଅଧିକାରୀ କିମ୍ବା ଅନ୍ୟ କେହି ଆସି ବ୍ରାହ୍ମଣୀଗାଁ ଅଞ୍ଚଳର ଚାଷୀମାନଙ୍କୁ ସାନ୍ତ୍ଵନା ଦେବା କି ଚାଷ ଜମିକୁ ଯାଇ କ୍ଷୟକ୍ଷତିର ତଦନ୍ତ କରିବା ଆଜ ସୁଦ୍ଧା ହୋଇ ପାରି ନାହିଁ । ଏଣୁ ଜନ ସାଧାରଣରେ ସରକାରଙ୍କର ଯୋଜନା ଗୁଡିକୁ ନେଇ ଅସନ୍ତୋଷ ଦେଖା ଦେଇଛି କି ସରକାରଙ୍କର ଏତେ ସବୁ ସୁବିଧା ଥାଇ  ମଧ୍ଯ ଆଜି ଚାଷୀ କାନ୍ଦୁଛି । ଚାଷୀ ମୁଣ୍ଡରେ ବୋଝ ପଡ଼ିଛି । ଆଉ କିଛି ଦିନ ପରେ ମଣ୍ଡିରେ ଧାନ ସଂଗ୍ରହ କରାଯିବ l ଆଗରୁ ଚାଷୀମାନେ ତାଲିକା ଭୂକ୍ତ କରି କେତେ ପରିମାଣର ଧାନ ମଣ୍ଡିରେ ବିକ୍ରି କରିବେ ସେଥି ପାଇଁ ପଞ୍ଜିକରଣ କରିଛନ୍ତି । ଏହି ସମୟରେ ପ୍ରକୃତିର ଏପ୍ରକାର ଖେଳ, ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୁର୍ବତନ ସରପଞ୍ଚ ରାମ ଚନ୍ଦ୍ର ପାତ୍ରଙ୍କ ସମେତ ଋଷୀମାଳ ଚାଷୀ ମୂଲିଆ ସଙ୍ଗଠନ ପକ୍ଷରୁ ଦାବୀ କରିଛନ୍ତି ।