ଦାରିଙ୍ଗବାଡି(ଆଶୋକ ସିଂ): ରାସନ କାର୍ଡ ଇ-କେୱ୍ୟାସି କରିବା ପାଇଁ ଶେଷ ତାରିଖ ଡ଼ିସେମ୍ବର ୩୦ ତାରିଖ ଥିବା ଖବର ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ: ଓ ବିଭିନ୍ନ ଚାଉଳ କେନ୍ଦ୍ର ମାନଙ୍କରେ ଭିଡ଼ ଭିଡ଼ ପରିଲକ୍ଷିତ ହେଉଛି । ଦାଦନ ଶ୍ରମିକମାନେ ନିଜର କାମ ଧନ୍ଦା ଛାଡ଼ି ଫିଙ୍ଗେର ଦେବା ପାଇଁ ଫେରି ଆସୁଥିବା ବେଳେ ଇଣ୍ଟର୍ନେଟ୍ ସମସ୍ୟା ଲାଗି ରହୁଥିବାରୁ ଅନେକ ହିତାଧିକାରୀ ନିର୍ଦ୍ଧାରିତ ସମୟରେ ନିଜର ଇ-କେୱ୍ୟାସି କରେଇ ପାରିବେ କି ନାହିଁ ସେ ନେଇ ଚିନ୍ତା ବଢ଼ିଛି l କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଅଞ୍ଚଳର ଆଠଗୋଟି ପଞ୍ଚାୟତ ଯଥା ସରାମୁଳି, ତାଜୁଙ୍ଗିଆ, ହାତୀମୁଣ୍ଡା, ଗଦାପୁର, କାଟିଙ୍ଗି ଆ, କୁମ୍ଭାରୀଗାଁ ଝିଞ୍ଜିରିଗୁଡା ଆଦି ପଞ୍ଚାୟତରେ <span;>ଏପରି ଦୃଶ୍ୟ ଦେଖିବାକୁ ମିଳିଛି l ଏହି ଅଂଚଳ ଗୁଡିକରେ <span;>ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଇ-କେୱ୍ୟାସି କରିବାକୁ ରହିଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୩୫ହଜାର ଲୋକଙ୍କର ଇ-କେୱ୍ୟାସି ସରିଥିବା ବେଳେ ଆଉ ବଳକା ହିତାଧିକାରୀମାନେ ବିଭିନ୍ନ ସମସ୍ୟା କାରଣରୁ ଅନେକ ଯୋଗ୍ୟ ହିତାଧିକାରୀମାନେ ଇ-କେୱ୍ୟାସି କରି ପାରି ନଥିବା ଜଣାପଡ଼ିଛି । ଏହି ସବୁ ପଞ୍ଚାୟତ ଅଞ୍ଚଳରୁ ଇ-କେୱ୍ୟାସି କରିବା ପାଇଁ ପ୍ରାୟ ୧୦ରୁ ୪୦କିମି ଦୂରରୁ ଆସୁଥିବା ବେଳେ ଅଧିକାଂଶ ସମୟରେ ବ୍ରାହ୍ମଣୀଗାଁରେ ଇଣ୍ଟର୍ନେଟ୍ ସମସ୍ୟା ଲାଗି ରହୁ ଥିବାରୁ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ଦ୍ଵନ୍ଦ ସୃଷ୍ଠି ହେଉଛି । ଅନେକ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଥିବା ବେଳେ ବାର୍ଦ୍ଧକ୍ଷାତା ହେତୁ ସେମାନଙ୍କ ଫିଙ୍ଗେର ନେଉ ନ ଥିବା କୁହାଯାଉଛି । ଏଭଳି ନେଟୱର୍କ ସମସ୍ୟା ଲାଗି ରହିଲେ ନିର୍ଦ୍ଧାରିତ ସମୟରେ ଫିଙ୍ଗେର ପ୍ରିଣ୍ଟ ଦେଇ ଇ-କେୱ୍ୟାସି କରିବା ସମ୍ଭବ ନୁହେଁ, ବୋଲି ଅଂଚଳରେ ମତ ପ୍ରକାଶ ପାଇଛି l ଏପ୍ରକ୍ରୀୟାରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବାର ସମ୍ଭାବନା ରହିଛି ବୋଲି ହିତାଧିକାରୀଙ୍କ ମନରେ ଭୟ ଜାତ ହୋଇଛି । ଅପର ପକ୍ଷେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଗଲାଣି ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁକୁ ବି ଏସ ଏନ୍ ଏଲ ର କେବୁଲ ସଂଯୋଗ ହୋଇ ପାରୁ ନାହିଁ l ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜି ଥିବାରୁ ଜନ ସନ୍ତୋଷ ଦେଖାଦେଇଛି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଜନସାଧାରଣ ଦାବୀ କରିଛନ୍ତି l