ଟିପିଏନଓଡିଏଲ କର୍ମଚାରୀମାନଙ୍କର ଶାନ୍ତିପୂର୍ଣ୍ଣ ଧାରଣା..

ରାଇରଙ୍ଗପୁର (ଉତ୍ତମ ରାମ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଡିଭିଜନ କାର୍ଯ୍ଯାଳୟ ପରିସରରେ ହିନ୍ଦୁସ୍ତାନ ଇଂଜିନିୟରିଂ କ୍ରପରେସନ୍ ତରଫରୁ କାର୍ଯ୍ଯରତ ଟାଟା ପାୱାର ଉତ୍ତର ଓଡିଶା ଡିଷ୍ଟ୍ରିବ୍ଯୁସନ୍ ଲିମିଟେଡ୍ କର୍ମଚାରୀମାନେ ବିଭିନ୍ନ ସମସ୍ଯା ନେଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ I ଦାବୀ ପୂରଣ ନ ହେବା ଯାଏଁ ସେମାନେ କାର୍ଯ୍ଯରେ ଯୋଗଦାନ କରିବେ ନାହିଁ ବୋଲି ସୂଚନା ଦେଇଥିଲେ I ସେମାନଙ୍କ ଦାବୀଗୁଡିକ ହେଲା ୧- ଠିକ୍ ସମୟରେ ଦରମା ପ୍ରଦାନ, ୨- ଇଏସଆଇ ଏବଂ ଇପିଏଫ୍ ଠିକ୍ ସମୟରେ ସାମିଟ୍ ହେଉନାହିଁ , ୩- ପେସ୍ଲିପ୍ ମଧ୍ଯ ମିଳୁନାହିଁ, ୪- ଗାଡି ନ ଥିବାରୁ ସୁରକ୍ଷା ଉପକରଣ ଗୁଡିକୁ କାର୍ଯ୍ଯକ୍ଷେତ୍ରକୁ ନେଇ ହେଉନାହିଁ , ୫- କର୍ମଚାରୀମାନେ ଧର୍ମଘଟ କଲେ ଛଟେଇ କରିବାର ଧମକଚମକ ମିଳୁଛି I ଉକ୍ତ କାର୍ଯ୍ଯକ୍ରମରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକର କୁସୁମୀ, ବହଳଦା, ଜାମଦା, ତିରିଂ, ବିଜାତଳା, ବିଶୋଇ ଓ ରାଇରଙ୍ଗପୁର କଣ୍ଟାବଣୀ ସେକସନର ବହୁ କର୍ମଚାରୀ ଯୋଗ ଦେଇଥିଲେ I ସେମାନଙ୍କ ମଧ୍ଯରେ ବିରେନ୍ଦ୍ର ମହାନ୍ତ, ସାଉନା ମୁର୍ମୁ, ହିମାଂଶୁ ପାତ୍ର, ନିତେଶ ଗିରି, ଗୁଣନିଧି ମହାନ୍ତ, ନୁନା ହେମ୍ବ୍ରମ, ଶରତ ଚନ୍ଦ୍ର ମହାକୁଡ, ରାଜେନ୍ଦ୍ର ମହାନ୍ତ, ଶକ୍ତିମାନ ମହାନ୍ତ, ରାକେଶ ରୋସନ ବେହେରା, ନାରାୟଣ ବାସା ଓ ବିକ୍ରମାଦିତ୍ଯ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ I