ବେଆଇନ ଗଞ୍ଜେଇ ଚାଷୀ ଓ ସହଯୋଗୀ ଗୃହରକ୍ଷୀକୁ ଗିରଫ କରି କୋର୍ଟ ଚାଲାଣ କଲା ଦାରିଙ୍ଗବାଡି ପୁଲିସ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ରେ ଗୁରୁବାର ଦିନ ଏହି ଥାନା ଅନ୍ତର୍ଗତ ପରପାଙ୍କା ଓ ଡୁଲୁରୀ ଗ୍ରାମ ନିକଟସ୍ଥ ନଦୀ ତଳିଆ ଜଙ୍ଗଲ ରୁ ପ୍ରାୟ ୭୦ଏକର ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ କାଟି ସଫା କରିବା ସହ ଜାଳି ନଷ୍ଟ କରି ଦେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୮କୋଟି ୫ଲକ୍ଷ୍ୟ ହେବ । ଏନେଇ ଉକ୍ତ ଗ୍ରାମର ୪ଜଣ ଗଞ୍ଜେଇ ଚାଷୀଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି l ସେମାନେ ହେଲେ ପରପଙ୍କା ଗ୍ରାମର ମାନସ ପ୍ରଧାନ (୩୨), ରାଜୁ ବେହେରା (୨୯), ପ୍ରଫୁଲ୍ଲ କୁମାର ପ୍ରଧାନ (୬୦), ଆଦିକନ୍ଦ ପ୍ରଧାନ (୫୦)ଙ୍କ ସହ ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ସତ୍ୟଜିତ ମଲ୍ଲିକଙ୍କୁ ଚାଷୀମାନଙ୍କୁ ସହଯୋଗ କରିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଶୁକ୍ରବାର ଦିନ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି l ଏବଂ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଞ୍ଚଳରେ ହେଉଥିବା ବେଇଆନ ଗଞ୍ଜେଇ ଚାଷ ଓ କାରବାରକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।