ଗୁଣପୁର(ସୁନିଲ୍ କୁମାର ସାବତ): ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଗୁଣପୁର ଉପଜିଲ୍ଲାପାଳଙ୍କ ସଦ ଭାବନା ଗୃହରେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ସାହାରା ପରିବାର ପରାମର୍ଶ କେନ୍ଦ୍ର ଦ୍ୱାରା ଘରୋଇ ହିଂସା ନିରାକାରଣ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ରବି ଶର୍ମା ଯୋଗ ଦେଇ ଥିବା ବେଳେ ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ଅତିରିକ୍ତ ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର ବରିଷ୍ଠ ଆଇନଜୀବ ଉମା ଚରଣ ପଟ୍ଟନାୟକ ସିଡିପିଓ ସୁଶ୍ରୀ ସୁଷମା ପ୍ରସାଦ ଆଦର୍ଶ ଥାନା ଅଧିକାରୀ ଓ ବନମାଳୀ ନାୟକ ବଂଶଧାରା କଲେଜର ଅଧକ୍ଷ୍ୟ ଲଷ୍ମୀ ମହାଙ୍କୁଡ ଏବଂ ସାହାରା ଅନୁଷ୍ଠାନର ବରିଷ୍ଠ ପରାମର୍ଶ ଦାତ୍ରୀ ଜୟଶ୍ରୀ ମହାପାତ୍ର ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ ସଭାପତିତ୍ୱ ଏବଂ ପରିଚାଳନା କରି ଥିଲେ । ଶେଷରେ ଓକିଲ ମିହିର ପଟ୍ଟନାୟକ ଧନ୍ୟବାଦ ଦେଇ ଥିବା ବେଳେ ସୂଚନା ବିଭାଗର ଅନନ୍ତ ପାତ୍ର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେଇ ଥିଲେ ।