ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ପାରଦ ତଳ ମୁହାଁ, ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ..

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଓଡ଼ିଶାର ଡାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରିର ପାରଦ ତଳ ମୁହାଁ l ଯାହା ପାଇଁ ଘୁ.ଉଦୟଗିରି ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କିଛିଦିନର ଦିନ ବ୍ଯବଧାନରେ ପୁଣିଥରେ ପାରଦ ତଳମୁହାଁ ହୋଇଛି । ଆଜି ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା  9 ଡିଗ୍ରୀରେ ପହଞ୍ଚି ଥିବା ବେଳେ ଫୁଲବାଣୀରେ 12 ଡିଗ୍ରୀ ରେକର୍ଡ କରିଛି କ୍ରୁଷି ଗବେଷଣା କେନ୍ଦ୍ର ଓ ଭାରତୀୟ ପାଣିପାଗ ବିଭାଗ । ଗତକାଲି ତାପମାତ୍ରା 11 ଡିଗ୍ରୀ ଥିବା ରେକର୍ଡ କରିଥିଲା କୃଷି ଗବେଷଣା କେନ୍ଦ୍ର l ଫଳରେ ଏହାର ପ୍ରକୋପରେ ଶୀତ ବଢିବାରେ ଲାଗିଛି । ଲଘୁଚାପ, ଘୂର୍ଣ୍ଣିଳୟ  ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ ଏକ ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ କାଲି ଠାରୁ ହଠାତ ଅନୁଭୂତ ହୋଇଛି ଶୀତ । କୋହଲା ପବନରେ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତା କଡରେ ବସି ବ୍ଯବସାୟ କରୁଥିବା ବ୍ଯବସୀୟୀ, ଜଗଂଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ଲୋକ, ଅସହାୟ, କଚା ଘରେ ରହୁଥିବା ଲୋକକଂ ପାଇଁ ବଢାଇ ଦେଇଛି ଚିନ୍ତା । ପୁଣି ଥରେ ଶୀତରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସଂନ୍ଧ୍ଯାରେ ରାସ୍ତା କଡରେ ନିଆଁ ପାଖରେ ବସିବା ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଯାତାୟତରେ ସମସ୍ୟା ଦେଖା ଦେଇଛି l ସବୁଜ ବନାନୀ ଓ ଚତୁଃର ପାର୍ଶ୍ୱ ପାହାଡ଼ରେ ପରିପୂର୍ଣ ଘୁ.ଉଦୟଗିରିର ସୌନ୍ଦର୍ଯ୍ୟ କୌଣସି ପ୍ରକାର ଡାର୍ଜୀଲିଙ୍ଗର ସୌନ୍ଦର୍ଯ୍ୟ ଠାରୁ କମ ନୁହେଁ l ଯାହାକି ପର୍ଯ୍ୟଟକଙ୍କ ମନକୁ କିଣି ନେଇ ଥାଏ l ଯାହାପାଇଁ ପର୍ଯ୍ୟଟକ ଘୁ.ଉଦୟଗିରିକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରି ଥାନ୍ତି l ତେଣୁ ଘୁ.ଉଦୟଗିରିରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବାରମ୍ବାର ଦାବୀ ଉଠୁଛି l ଘୁ.ଉଦୟଗିରି ପ୍ରବେଶ ପଥ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ରହିଛି ଅଙ୍କାବଙ୍କା ଦୀର୍ଘଟମ କଳିଙ୍ଗିଆ ଘାଟି ଓ ଘାଟି ଉପରେ ରହିଛି ଶିଲଭି କଲଚର ଗାର୍ଡେନ l ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରି ଥାଏ l ଘୁ.ଉଦୟଗିରିରେ ଦିନ 11 ଘଣ୍ଟା ପର୍ଯ୍ୟନ୍ତ କୁହୁଡି ହେଉ ଥିବା ବେଳେ ଦିନ ସାରା ଥଣ୍ଡା ଅନୁଭୂତ ହେଉଛି l ଯାହା କି ଡାର୍ଜୀଲିଙ୍ଗର ଅନୁଭୂତି ଦେଉ ଥିବା କିଛି ପର୍ଯ୍ୟଟକ କହିଛନ୍ତି l