କୃଷକ ପ୍ରଚାର ରଥର ଶୁଭାରମ୍ଭ…

ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ବର୍ଷ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନ କିଣା ଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଶୁକ୍ରବାର ଏନେଇ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ କୃଷକ ପ୍ରଚାର ରଥ ଶୁଭାରମ୍ଭ ହୋଇଛି ।ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତକା ଦେଖାଇ ଉକ୍ତ ରଥକୁ ଶୁଭାରମ୍ଭ କରିଛନ୍ତି । ଉକ୍ତ ରଥ ଆଜି ଠାରୁ ଉପଖଣ୍ଡର ବିଭିନ୍ନ ଗାଁ ପରିକ୍ରମା କରି ଚଳିତବର୍ଷର ଧାନ କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ । ଏହା ସହ ଚାଷୀ ଯେପରି ମଣ୍ଡିକୁ ଖାଦ୍ୟ ଉପଯୋଗୀ, ଶୁଖିଲା, ପରିସ୍କାର, ସମରଙ୍ଗୀ, ସମଆକାର,ଏକ କିସମ ହୋଇଥିବା ସହ ପୋକରା ଦୁର୍ଗନ୍ଧ ଓ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥିବା ଧାନ ଧରି ଆଣିବା ସହ ୨୩୦୦ ଟଙ୍କାର ସର୍ବନିମ୍ନ ସହାୟକ ମୁଲ୍ୟ ଓ ୮୦୦ ଟଙ୍କାର ଇନପୁଟ୍ ସହାୟତା ପାଇବେ ସେ ନେଇ ପ୍ରଚାର ମାଧ୍ୟମରେ ଅବଗତ କରା ଯିବ । ପ୍ରଚାର ରଥ ଶୁଭାରମ୍ଭ ସମୟରେ ଆରଏମସି ସଂପାଦକ ସୁମନ୍ତ କୁମାର ସାହୁଙ୍କ ସମେତ ଆରଏମସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।