ଭଞ୍ଜନଗର(ନିଲୁ ବିଷୋୟୀ): କାରରେ ଗଞ୍ଜେଇ ଚାଲାଣ ବେଳେ କାବୁ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ଏକ କାରରେ ଗଞ୍ଜେଇ ଆସୁଥିବା ଖବର ପାଇ ଭଞ୍ଜନଗର ଅବକାରୀ ଅଧିକାରୀ ଡମ୍ବରୁ ଧର ହରିଜନଙ୍କ ନେତୃତ୍ବରେ ବନ ବିହାର ନିକଟରେ ଉକ୍ତ କାର ଟିକୁ ଅଟକାଇ ଥିଲେ । ଏହାପରେ ମାଜିଷ୍ଟ୍ରେଟ ତଥା ତହସିଲଦାର ଉମାଶଙ୍କର ବେହେରାଙ୍କ ଉପସ୍ଥିତିରେ କାରରୁ ୨୮ କେଜି ଜବତ କରାଯାଇଥିବା ଶ୍ରୀ ହରିଜନ ପ୍ରକାଶ କରିଛନ୍ତି । ଏଥି ସହ କେସ ନମ୍ବର ୧୦୮/୨୪ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ଧାମନଗର ଇଲାକାର ଅଭିଯୁକ୍ତ ଏସକେ ନୌଶାଦ ଆଲମ୍ (୨୨) ଓ ଖାଜେ ବାବୁ(୧୯)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଛନ୍ତି । ଏହି ଚଢ଼ାଉରେ ଅବକାରୀ ଏସଆଇ ଅଲିଭା ମାଝୀ, ଏଏସଆଇ ବହୁମୂଲ୍ୟ ପରିଜା, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କ୍ରିଷ୍ଣା ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।