ସୁଭଦ୍ରା ଯୋଜନାରୁ ବୋଞ୍ଚିତ୍ ମହିଳାଙ୍କ ରାସ୍ତା ରୋକ…

ରାୟଗଡ଼(ଟିକି ଲିମା): କମିନୀ ସୁଭଦ୍ରା ଯନ୍ତ୍ରଣା l ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ l ସୁଭଦ୍ରା ଯୋଜନାରୁ ବଞ୍ଚିତ ଶତାଧିକ ମହିଳା ରାଜ ରାସ୍ତାକୁ ଓଲ୍ହାଇ ଛନ୍ତି । ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କୁମୂଳାସିଂ ପଞ୍ଚାୟତର ହାତୀବାଡି ଗ୍ରାମର ଶତାଧିକ ମହିଳା ପାରଳାଖେମୁଣ୍ଡିରୁ ମୋହନା ଜାତୀୟ ରାଜପଥ ପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ତଥ୍ୟ ଦାଖଲ କରିବା ସତ୍ତ୍ୱେ ମଧ୍ୟ ଆକାଉଣ୍ଟକୁ ଶୁଭଦ୍ରା ସହାୟତା ଟଙ୍କା ଆସିନାହିଁ l ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବରକୁ ଯୋଗାଯୋଗ କରି ଥିଲେ ଗାଁର ମହିଳା l ହେଲ୍ପଲାଇନ ନମ୍ୱରରୁ ମହିଳା ମାନଙ୍କ ନାମରେ ୩ ରୁ ୪ ଏକର ଜମି  ରହିଥିବା କୁହା ଯାଇଥିଲା । ତେଣୁ ଶୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହା ଯିବା ପରେ ଶତାଧିକ ମହିଳା ରାଜ ରାସ୍ତାକୁ ଓହ୍ଲେଇଛନ୍ତି । ଅଧିକାଂଶ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଥିଲେ l ଖବର ପାଇ ରାୟଗଡ଼ ତହସିଲଦାର ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା l ତେବେ ମହିଳାମାନେ ରାସ୍ତାକୁ ଆସି ଥିଲେ ଓ ରାସ୍ତାରୋକ କରିଥିଲେ । କାରଣ ବାରମ୍ବାର ସେମାନେ ଫୋରମ୍ ଫିଲପ୍ କରି ଆବେଦନ କରିଛନ୍ତି । ଯାହା ରହିଛି ନିୟମ ତାହାକୁ ସେମାନେ ମାନି ଥିବା କହିଛନ୍ତି । କିନ୍ତୁ ତାସତ୍ତ୍ୱେ ଶୁଭଦ୍ରା ଟଙ୍କା ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିନଥିବା ଅଭିଯୋଗ କରି ରାସ୍ତା ରୋକ କରି ଥିଲେ l ମହିଳାମାନଙ୍କୁ ବୁଝାଶୁଝା କଲା ପରେ ରାସ୍ତା ରୋକରୁ ହଟି ଛନ୍ତି ମହିଳା । ସୂଚନା ମିଳୁଛି କି ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି l କାରଣ ସେମାନେ ବାରମ୍ବାର ଶୁଭଦ୍ରା ଯୋଜନାକୁ ଅପେକ୍ଷା କରି ରହିଛନ୍ତି ।