ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ସଦର ଅଂଚଳରେ ବୁଲୁଛି ଅହିରାଜ l ସ୍ଥାନୀୟ ହାଟପଦାରେ କିଛି କାମକୁ ନେଇ କେତେକ ଯୁବକମାନେ ଯାଇଥିବା ବେଳେ ସେଠାରେ ଏକ ବିରାଟ ବଡ଼ ସାପ ଦେଖି ଭୟଭୀତ ହୋଇ ପାଟି କରି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ଲୋକେ ସେଠାକୁ ଯାଇ ଦେଖିବା ବେଳେ ସେଠାରେ ବହୁତ ଲମ୍ବାର ଅହିରାଜ ରହିଥିବା ଦେଖି ଭୟଭୀତ ହୋଇଥିଲେ । ଉକ୍ତ ବିଷୟ ଶୁଣି ସାପକୁ ଦେଖିବା ପାଇଁ ରାୟଗଡ଼ ଗ୍ରାମର ଲୋକଙ୍କ ଭିଡ ଜମିଥିଲା । ବର୍ତ୍ତମାନ ସାପଟି ଉକ୍ତ ସ୍ଥାନର ଆଖପାଖରେ ବୁଲୁଥିବା ଯୋଗୁ ଲୋକେ ଭୟଭିତରେ ଅଛନ୍ତି l କିଛି ଦିନ ତଳେ ଏହି ଭଳି ଏକ ସାପ ସ୍ଥାନୀୟ ବିଷୋୟୀ ସାହି ନିକଟରେ ବୁଲୁଥିବାର ଦେଖି ଲୋକେ ଭୟ ଭିତରେ ରହି ଥିବା ବେଳେ ଏବେ ପୁଣି ହାଟପଦାରେ ସେହି ଆକାରର ସାପକୁ ଦେଖି ଲୋକେ ଭୟଭିତରେ ରହି ଛନ୍ତି । ପ୍ରକାଶ ଥାଉ କି ହାଟପଦାରେ ତହସିଲ ଅଫିସ, ଲ୍ୟାମ୍ପ ଓ ଏସ.ଏସ.ଡି ହାଇସ୍କୁଲ ରହିଛି । ପ୍ରତିଦିନ ତହସିଲ ଅଫିସ ଓ ଲ୍ୟାମ୍ପକୁ ସହ ସହ ଲୋକେ ନିଜ ନିଜର କାମକୁ ନେଇ ଆସିଥାନ୍ତି । ସାପଟି ଏଠାରେ ବୁଲୁଥିବାର ଦେଖି ଲୋକେ ଭୟ ଭିତରେ ରହି ଥିବା ଦେଖିବାକୁ ମିଳୁଛି । ଏହା ବ୍ୟତୀତ ପ୍ରତି ଶନିବାର ହାଟ ବଜାର ବସେ ଓ ହାଟକୁ ହଜାର ହଜାର ଲୋକ ଏଠାକୁ ଆସି ଥାନ୍ତି । କାଳେ କୌଣସି ଅସୁବିଧା ନ ହେବା ପାଇଁ ବନ ବିଭାଗ ଉକ୍ତ ସାପକୁ ଧରି ନେଇ ଅନ୍ୟ ସ୍ଥାନରେ ଛାଡ଼ିବା ପାଇଁ ଲୋକେ ବନବିଭାଗକୁ ଅନୁରୋଧ କରିଛନ୍ତି ।