ହାତୀମୁଣ୍ଡା ସରପଞ୍ଚଙ୍କ ମନମୁଖୀ ଶାସନକୁ ବିରୋଧ କରି ୯ ଜଣ ୱାର୍ଡ ମେମ୍ବର ଆଣିଥିଲେ ଅନାସ୍ଥା: ଦୀର୍ଘ ୪୫ ଦିନ ପରେ ମଧ୍ୟ ପ୍ରଶାସନ ନିରୋବ, ସରପଞ୍ଚଙ୍କୁ ଗାଦିଚ୍ୟୁତ କରିବା ଜିଦରେ ଅଟଳ ୱାର୍ଡ ମେମ୍ବର….

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଅବହେଳିତ କନ୍ଧମାଳ ବାସୀ l ଅନ୍ୟ ପକ୍ଷେ ନିର୍ବାଚିତ ଜନପ୍ରତିନିଧିଙ୍କ ମନମୁଖୀ ଶାସନ ଜନସାଧାରଣଙ୍କୁ ମାନସିକ ଚାପ ଗ୍ରସ୍ଥ ସହ ଅସ୍ତବ୍ୟସ୍ତ କରିଛି l ନ୍ୟାୟ ପାଇବା ଆଶାରେ ପ୍ରଶାସନ ପାଖକୁ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇବା ବଦଳରେ ପ୍ରତାରିତ ହେଉ ଥିବା ଘଟଣା ଅନେକ ସମୟରେ ଦେଖିବାକୁ ମିଳିଛି l ଯାହାର ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀ ମୁଣ୍ଡା ଗ୍ରାମ ପଂଚାୟତରେ ଦେଖିବାକୁ ମିଳିଛି l ସୂଚନା ଅନୁଶାରେ ତିନି ବର୍ଷ ପୂର୍ବେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ଗ୍ରାମ ପଂଚାୟତ ୱାର୍ଡ ୧ର ଶ୍ରୀମତୀ ନବନିତା କପାଟପାତ୍ର ସରପଞ୍ଚ ଭାବରେ ନିର୍ବାଚିତ ହୋଇ ଥିଲେ l ଏହା ସହ ୧୨ ଜଣ ୱାର୍ଡ ମେମ୍ବର, ଜଣେ ସମିତି ସଭ୍ୟ ଓ ଜଣେ ନାଏବ ସରପଞ୍ଚ ଭାବେ ମଧ୍ୟ ନିର୍ବାଚିତ ହୋଇ ଥିଲେ l ଅଂଚଳ ବାସିଙ୍କ ଆଶା ଥିଲା ନିଜେ ଭୋଟ ଦେଇ ନିର୍ବାଚିତ କରିଥିବା ପ୍ରତିନିଧିମାନେ ସୁଖଦୁଃଖର ସାଥି ହୋଇ ଅଂଚଳର ବିକାଶ କରିବେ l ହେଲେ ହାତୀମୁଣ୍ଡା ବାସୀଙ୍କ ଆଶା ଓ ଆକାଂକ୍ଷା ସ୍ବପ୍ନରେ ହିଁ ରହି ଗଲା l ନିର୍ବାଚନ ସରିବା ପରେ ଖୁସିର ଦିନ ଆସିବା ବଦଳରେ ଆରମ୍ଭ ହେଲା ଦୁର୍ଦ୍ଦିର ସମୟ l ନିର୍ବାଚିତ ସରପଞ୍ଚଙ୍କ ମନମୁଖୀ ଶାସନ ପଂଚାୟତ ବାସୀଙ୍କୁ ମାନସିକ ଭାବେ ଚାପଗ୍ରସ୍ଥ କଲା l କୌଣସି ସମସ୍ୟା ନେଇ ସରପଞ୍ଚଙ୍କ ପାଖକୁ ଗଲେ ନିର୍ଯ୍ୟାତନା ମିଳିଲା l ବିକାଶ ମୂଳକ କାମ କରିବା ପାଇଁ ନିର୍ବାଚିତ ୱାର୍ଡ ସଭ୍ୟ ସରପଞ୍ଚ ପାଖକୁ ଗଲେ କାମ ପାଇଁ ଲାଞ୍ଚ ମାଗିବା ସହ ଲାଞ୍ଚ ନ ଦେଲେ କାମ କରାଯିବା ନାହିଁ ବୋଲି ସରପଞ୍ଚ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ୱାର୍ଡ ୧୨ର ୱାର୍ଡ ମେମ୍ବର ମିଶ୍ର ମଲିକ l ୱାର୍ଡର ବିକାଶ ନିମନ୍ତେ ଗଲେ “ଯେଉଁ ମାନେ ମୋର ଦୁଃଖରେ ସୁଖରେ ଅଛନ୍ତି ମୁଁ ସେମାନଙ୍କୁ କାମ ଦେବି, ତୁମକୁ କାମ ଦେଇ ପାରିବି ନାହିଁ, ତୁମେ ତୋ ମୋ ବିରୋଧରେ ଅନାସ୍ଥା ଆଣିଛ ତେଣୁ ନୂତନ ସରପଞ୍ଚ ଆସିଲେ କାମ ପାଇଁ ତାଙ୍କ ପାଖକୁ ଯାଅ, ମୋ ପାଖକୁ ଆସ ନାହିଁ ” ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପାଇଁ ଗଲେ ସରପଞ୍ଚ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଆମକୁ ଅପେକ୍ଷା କରାଉଛନ୍ତି ଓ କାମ ମଧ୍ୟ କରୁ ନାହାନ୍ତି l ଶେଷରେ ଆମେ ଓ ଜନସାଧାରଣ ନିରାଶ ହୋଇ ଘରକୁ ଫେରୁଛୁ ବୋଲି ୱାର୍ଡ ୧୦ର ୱାର୍ଡ ମେମ୍ବର ପ୍ରତିଭା ବଳିଆରସିଂ କହିଛନ୍ତି l ସେହି ପରି ୱାର୍ଡ ୧୧ର ୱାର୍ଡ ମେମ୍ବର ତବିତା ମଲିକ କହିଛନ୍ତି କି ସରପଞ୍ଚ ନିଜର ମନମୁଖୀ ଶାସନ ଚଳାଇ ଛନ୍ତି ଓ କୌଣସି ଜନସାଧାରଣ ଏବଂ ନିର୍ବାଚିତ ୱାର୍ଡ ମେମ୍ବରଙ୍କ କଥା ଶୁଣୁ ନାହାନ୍ତି l ତେଣୁ ସରପଞ୍ଚ ନିହାତି ହଟିବା ଆବଶ୍ୟକତା ରହିଛି ବୋଲି ୱାର୍ଡ ମେମ୍ବର ତବିତା ମଲିକ ପ୍ରତିକ୍ରିୟା ଦେଇ କହିଛନ୍ତି l ବହୁ ଦିନ ହେବ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ୱାର୍ଡ ମେମ୍ବର ଓ ଅଞ୍ଚଳ ବାସିଙ୍କ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇ ଥିଲା l ଯାହାର ଉଗ୍ର ରୂପ ଶୁକ୍ରବାର ଅର୍ଥାତ ୨୨/୧୧/୨୦୨୪ରେ ପଂଚାୟତ ସଭାରେ ଦେଖା ଦେଇ ଥିଲା l ଏହି ସଭାରେ ଅଂଚଳ ବାସୀ, ୱାର୍ଡ ମେମ୍ବର, ସମିତି ସଭ୍ୟ, ଜିପିଓ ଓ ଜିଆରଏସ ଉପସ୍ଥିତ ଥିଲେ l ୱାର୍ଡ ମେମ୍ବର ଓ ଜନସାଧାରଣଙ୍କ ପ୍ରଶ୍ନ ବାଣରେ କିଙ୍ଗ କର୍ତ୍ତବ୍ୟ ମୂଢ଼ ହୋଇ ଥିଲେ ସରପଞ୍ଚ ଶ୍ରୀମତୀ ନବନିତା କପାଟପାତ୍ର l ସଭାରେ ଉପସ୍ଥିତ ଜନସାଧାରଣ ଓ ୱାର୍ଡ ମେମ୍ବର ମିଳିତ ଭାବରେ ସରପଞ୍ଚଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲି ଥିଲେ l ଉକ୍ତ ପଂଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଜିପିଓ ମାନସ ରଞ୍ଜନ ସାହୁ ସରପଞ୍ଚଙ୍କୁ ସେଫ କରିଡରରେ ରଖିବା ପାଇଁ ବହୁତ ଉଦ୍ୟମ କରିଥିଲେ l ଶେଷରେ ବିଫଳ ହୋଇ ନିଜକୁ ସୁରକ୍ଷିତ ରଖିବା ପାଇଁ ଜିପିଓ ଅନାସ୍ତା ପ୍ରସ୍ତାବକୁ ପ୍ରଶାସନ ପାଖରେ ଉପସ୍ଥାପନା କରିବି ବୋଲି ଉପସ୍ଥିତ ୱାର୍ଡ ମେମ୍ବର ଓ ଜନସାଧାରଣଙ୍କୁ ପ୍ରତିଶୃତି ଦେବା ପରେ ଅଶାନ୍ତ ଥମି ଥିଲା l ପଂଚାୟତ ନିର୍ବାଚନ ସରିବା ପରଠାରୁ ଅଂଚଳରେ କୌଣସି ଉନ୍ନୟନ ମୂଳକ କାମ ହୋଇ ନାହିଁ l ଏମଜୀଏନଆରଇଜିଏ ହେଉ ବା ବିଭିନ୍ନ ଉନ୍ନୟନ ମୂଳକ କାମ ହେଉ l କାମ ନ କରି କିମ୍ବା ନିଜ ଲୋକଙ୍କ ଦ୍ୱାରା କାମ କରାଇ ସରପଞ୍ଚ ଶ୍ରୀମତୀ ନବନିତା କପାଟପାତ୍ର ମିଥ୍ୟା ବିଲ କରି ସରକାରୀ ଅର୍ଥ ହରିଲୁଟ କରୁ ଛନ୍ତି l ଏପରି ବିକାଶ ଓ ଅଂଚଳ ବିରୋଧୀ ସରପଞ୍ଚ ଆମକୁ ଦରକାର ନାହିଁ l ତେଣୁ ସରପଞ୍ଚଙ୍କ ଅତ୍ୟାଚାର ଅତିଷ୍ଟ ହୋଇ ୯ ଜଣ ୱାର୍ଡ ମେମ୍ବର ଓ ଅଂଚଳ ବାସୀ ଏକତ୍ରିତ ହୋଇଛୁ l ତେଣୁ ପ୍ରଶାସନ ତୁରନ୍ତ ୱାର୍ଡ ମେମ୍ବରଙ୍କ ଅନାସ୍ଥା ଗ୍ରହଣ କରି ତୁରନ୍ତ ସରପଞ୍ଚଙ୍କୁ ଗାଦିଚ୍ୟୁତ କରନ୍ତୁ ବୋଲି ନୀଳକଣ୍ଠ ମଲିକ, କେଶବ ପଦ୍ରା, ଶରତ ଚନ୍ଦ୍ର ମଲିକ, ଶଙ୍କର ମଲିକ, ଗଜିନ୍ଦ୍ର କପାଟପାତ୍ର, ସନା ମଲିକ, ଭାସ୍କର ମଲିକ, ଉତ୍ସବ ପ୍ରଧାନ, ଜଳେନ୍ଦ୍ର ମାଲିକ, ଗୋବିନ୍ଦ ମଲିକ, ଶୁକ୍ର ଶକିଆରସିଂ, ହେନେରୀ ବଳିଆର ସିଂ, ଲୋକେନ୍ଦ୍ର ମାଲିକ, ରୁଧୀର ବଳିଆର ସିଂ, ରାଧମିକାନ୍ତ ମାଲିକଙ୍କ ସମେତ ଅଂଚଳ ବାସୀ ଦାବୀ କରିଛନ୍ତି l ଯଦି ପ୍ରଶାସନ ଏହି ଅନାସ୍ଥାକୁ ଅଣଦେଖା କରନ୍ତି ତାହା ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବା ସହ ଆଇନର ଆଶ୍ରୟ ନେବୁ ବୋଲି ୱାର୍ଡ ମେମ୍ବର ମିଶ୍ର ମଲିକ, ସୁନ୍ଦର ମଲିକ, ଶସ୍ମିତା ମଲିକ, ରଂଜିତା ମଲିକ, ବାରୋ ଦେଶମାଝି, ସୁନ୍ଦରମତି ମଲିକ, କବିତା ମଲିକ ପ୍ରମୁଖ ଚେତାବନୀ ଦେଇ ଛନ୍ତି l ବର୍ତମାନ ସୁଦ୍ଧା ଜନସାଧାରଣଙ୍କ ହିତ ପାଇଁ ନା ଅଛି ପାନୀୟ ଜଳ ବ୍ୟବସ୍ଥା ନା ଅଛି ଭଲ ରାସ୍ତା l ଏପରିକି ଦୀର୍ଘ ଦିନ ହେବ ପଂଚାୟତ କାର୍ଯ୍ୟାଳୟ ପରିଷରରେ ନିର୍ମିତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇ ପାରିନାହିଁ l ଯାହା ପାଇଁ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷରୁ ବଞ୍ଚିତ ହେବା ସହ ରୋଗୀ ଓ ଗର୍ଭବତୀ ମହିଳା ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉ ଛନ୍ତି ବୋଲି ସମିତି ସଭ୍ୟ ଶିବାନୀ ବିନ୍ଧାଣି ପ୍ରତିକ୍ରିୟା ଦେଇଛନ୍ତି l ଏଥି ପାଇଁ ସରପଞ୍ଚ ମୁଖ୍ୟତଃ ଦାୟୀ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସମିତି ସଭ୍ୟ l