ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କେରୁବାଡି ଗ୍ରାମର ଧନେଶ୍ୱର ପ୍ରଧାନଙ୍କ ୧୭ ବର୍ଷର ଝିଅ ସୁନାଫୁଲ ପ୍ରଧାନ ଗତ ଦୁଇ ବର୍ଷ ହେଲାଣି ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା ଚିକିତ୍ସା ହୋଇ ପାରୁ ନଥିବା ବେଳେ ଖଟିଆରେ ବିତୁଛି ଜୀବନ l ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସୁନାଫୁଲ । ପରିବାର କହିଲେ ବାପା ଧନେଶ୍ୱର ପ୍ରଧାନ, ମା ପ୍ରଭାତୀ ପ୍ରଧାନ ଓ ତାଙ୍କ ର ପଞ୍ଚୋଟି ସନ୍ତାନ । କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ କରନ୍ତି ସ୍ୱଳ୍ପ ଆୟରେ ଆୟ ହେଲେ ମଧ୍ୟ ପରିବାର ହସ ଖୁସିରେ ଚଳି ଯାଉ ଥିଲା l ବିଧିର ବିଧାନ ଗତ ଦୁଇ ବର୍ଷ ପୂର୍ବରୁ ଝିଅ ସୁନାଫୁଲର ଦେହ ଖରାପ ହେବାକୁ ଲାଗିଲା l ବାପା ଧନେଶ୍ଵର ପ୍ରଥମେ ଦାରିଙ୍ଗବାଡି ମେଡିକାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ସେଠାରେ ସୁନାଫୁଲର ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନହେବାରୁ ପରେ ସେ ଝିଅକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ l ସେଠାରେ ଏକ ମାସରୁ ଉର୍ଦ୍ଧ ସମୟ ଧରି ଚିକିତ୍ସା କରାଯିବା ପରେବି ସୁନାଫୁଲର ସ୍ଵାସ୍ଥ୍ୟରେ କୌଣସି ଉନ୍ନତି ହୋଇ ପାରି ନଥିଲା ବରଂ ଦିନକୁ ଦିନ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ବାରେ ଲାଗିଥିଲା l ସେଠାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ l ହେଲେ ଧନେଶ୍ୱରଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବାରୁ ସେ ଝିଅକୁ ଘରକୁ ଫେରାଇ ଆଣିଥିଲେ । ଘରେ କିଛି ଦିନ ରହିବା ପରେ ଝିଅର କଷ୍ଟ ସହିନପାରି ଧରେଶ୍ୱର ନିଜ ପାଖରେ ଥିବା ଗାଈ, ଛେଳିକୁ ବିକ୍ରି କରି ଭୁବେନେଶ୍ୱର ସମ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ l ୨୦୨୨ ମସିହା ଅକ୍ଟୋବର ମାସ ଠାରୁ ଦୀର୍ଘ ଛଅ ମାସରୁ ଉର୍ଦ୍ଧ ସମୟ ସେଠାରେ ଚିକିତ୍ସା ପରେ ବି ଝିଅର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇ ପାରିଲା ନାହିଁ l ଅନ୍ୟ ପକ୍ଷରେ ଧନେଶ୍ୱରକୁ ମିଳିଥିବା ବିଜୁସ୍ୱାସ୍ଥ୍ୟ କର୍ଡ଼ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇସାରିଥିଲା । ପରିବାରରେ ଆଉ କେହି ରୋଜଗାର କ୍ଷମ ନଥିବା ବେଳେ ଅର୍ଥର ଅଭାବ ହେତୁ ପରିବାର ଚଲଣି ଓ ମେଡ଼ିକାଲ ଖର୍ଚ୍ଚର ବୋଝରେ ଟଳି ପଡ଼ିଛନ୍ତି ଧନେଶ୍ଵର l ବାଧ୍ୟ ହୋଇ ହସ୍ପିଟାଲରୁ ଝିଅକୁ ଫେରାଇ ଆଣିଥିଲେ । ସୁନାଫୁଲର ଅବସ୍ଥା ଏତେ ଖରାପ ହୋଇ ପଡିଛି ଯେ ସେ ନିଜେ ଖାଇ ପାରୁ ନାହାନ୍ତି କି ଅର୍ଥର ଅଭାବ ହେତୁ ସଠିକ ଚିକିତ୍ସା ମଧ୍ୟ କରାଇ ପାରୁନାହାନ୍ତି । ଅପରେସନ କରିବାକୁ ହେଲେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ଖର୍ଚ୍ଚ ହେବ ବୋଲି ଡ଼ାକ୍ତର ପରାମର୍ଶ ଦେଇଛନ୍ତି । ଏପଟ ବିଜୁ ସ୍ଵାସ୍ଥ୍ୟ କାର୍ଡର ଟଙ୍କା ସରି ଯାଇ ଥିବା ବେଳେ ପର ଦୁଆରେ କୁଲି ମଜୁରୀ କଲେ ପରିବାର ଚଳେ । ପାଖରେ ଯାହା ଟଙ୍କା ଥିଲା ଡାକ୍ତରଖାନାରେ ଖର୍ଚ୍ଚ ହୋଇ ସାରିଛି । ବର୍ତ୍ତମାନ ଡାକ୍ତର ତାଙ୍କୁ ଅପରେସନ ପାଇଁ ଅର୍ଥ ଯୋଗାଡ଼ କରିବାକୁ କହୁଥିବା ବେଳେ ପରିବାର ପକ୍ଷରୁ ଏତେ ଅର୍ଥ ଯୋଗାଡ଼ କରିବା ସମ୍ଭବ ହୋଇ ପାରୁ ନାହିଁ । ବିଛଣାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୁନାଫୁଲ l ଚାଲିବା ତ ଦୂରର କଥା ଚଟାଣରୁ ଉଠିବା ମଧ୍ୟ କଷ୍ଟ ହୋଇପଡ଼ିଛି । ନିତ୍ୟ କର୍ମ ଠାରୁ ଆରମ୍ଭ କରି ଗାଧୋଇବା, ଖାଇବା ପର୍ଯ୍ୟନ୍ତ ଅନ୍ୟ ଉପରେ ନିର୍ଭର କରି ଆସୁଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରି ଏଭଳି ଦୁଃଖଦ ଜୀବନ ବିତାଉଛନ୍ତି ସୁନାଫୁଲ ଓ ତାଙ୍କ ପିତା ମାତା l ପାଇପ ମାଧ୍ୟମରେ ନାକ ପଟେ ଖାଦ୍ୟ ଦେବାକୁ ପଡୁଛି ହେଲେ ନିଜ ଗ୍ରାମରେ ବିଦ୍ୟୁତ ଠିକ ଭାବେ ରହୁନଥିବାରୁ ସେ ନିଜ ଗ୍ରାମ ଘର ଛାଡ଼ି ଦାରିଙ୍ଗବାଡି ନିକଟସ୍ଥ ପରମାପାଙ୍ଗାରେ ଏକ ଭଡାଘରେ ରୁହନ୍ତି । ସୁନାଫୁଲ ପାଖରେ ମା ପ୍ରଭାତୀ ପ୍ରଧାନ ରହୁଥିବା ବେଳେ ବାପା ରାସ୍ତା କଡରେ ଲୁହା ପିଟି ନିଜର ପରିବାର ଚଳାଉଛନ୍ତି । ଏଭଳି ପରିସ୍ଥତିରେ ଧନେଶ୍ଵର କରିବେ ବା କଣ ? ସରକାରୀ ସହାୟତା ମିଳିଲେ ଝିଅର ଜୀବନ ବଞ୍ଚିଯିବ ବୋଲି ନେହୁରା ହୋଇ କହିଛନ୍ତି l ଏଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହାୟତାର ହାତ ବଢ଼ାଇବାକୁ ଧନେଶ୍ଵରଙ୍କ ପରିବାର ଲୋକେ ନିବେଦନ କରିଛନ୍ତି ।