ଡ଼ଃ.ଜୟପାଳ ସେନାପତିଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା…

ଦାରିଙ୍ଗବାଡି :(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମର ଡ଼ଃ. ଜୟପାଲ ସେନାପତିଙ୍କର ଗୁରୁବାର ଦିନ ସନ୍ଧ୍ୟା ସମୟରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଅକାଳ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ନିଜ ଗ୍ରାମ କାଟିଙ୍ଗିଆକୁ ଅଣା ଯାଇ  ପରିବାର ଲୋକେ ଆତ୍ମୀୟ ସୋଜନଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ତାଙ୍କ ଶବ ସତ୍କାର କରାଯାଇ ଥିଲା । ସୂଚନା ଅନୁଯାୟୀ ଗୁରୁବାର ଦିନ ରାତ୍ର ପ୍ରାୟ ୧ଘଣ୍ଟା ବେଳେ ତାଙ୍କ ସଢୁ  ବିଭୁ ନନ୍ଦନ ସିଂଙ୍କ ଘରେ ଫୁଲବାଣୀରେ  ପହଞ୍ଚି ଥିଲେ l ସକାଳ ପ୍ରାୟ ୩ଟା ସମୟରେ  ଛାତି ଯନ୍ତ୍ରଣା ଅନୁଭବ କରିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା l ପରେ ସେ ସୁସ୍ଥ ହୋଇ ସକାଳ ପ୍ରାୟ ୭ ଟା ବେଳେ ଘରକୁ ଫେରି ଥିଲେ ଓ ସ୍ଵାଭାବିକ ଭାବେ ଚଳ ପ୍ରଚଳ କରି ଖାଇବା ପିଇବା, କଥାବାର୍ତ୍ତା କରିଥଲେ l ପୁଣି ହଠାତ୍  ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସେ ସମାନ ଅସୁସ୍ଥ ଅନୁଭବ କରିବାରୁ ପୁଣି ଥରେ ତାଙ୍କୁ ମେଡ଼ିକାଲ ନିଆ ଯାଇଥିଲା l ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମେଡ଼ିକାଲରେ ତାଙ୍କ ନିଜ ସ୍ତ୍ରୀ କୁମୁଦିନୀ ସିଂ, ସଢୁ ବିଭୁ ନନ୍ଦନ ସିଂ ଓ ତାଙ୍କ ଆତ୍ମୀୟ ସରୋଜିନୀ ସିଂ ଓ ତାଙ୍କ ଆତ୍ମୀୟ ପ୍ରତିମା ସିଂ, ବିପିନ ବିହାରୀ ମନ୍ତ୍ରୀ, ରଜନୀ ମନ୍ତ୍ରୀ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅଞ୍ଚଳର ସେ ଜଣେ ପ୍ରଥମ ଏମ ବି ବି ଏସ ଡାକ୍ତର ଭାବେ ସରକାରୀ ସେବାରେ ଯୋଗ ଦେଇଥିଲେ l ଅଞ୍ଚଳ ପାଇଁ ସେ ଗର୍ବ ଓ ଗୌରବ ଥିଲେ l ସେ ଜଣେ ଶାନ୍ତି ପ୍ରିୟ, ମିଷ୍ଠ ଭାଷୀ ,ମେଳାପି, ଓ ସାହାଯ୍ୟ କାରୀ ବ୍ୟକ୍ତି ଥିଲେ । ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ l ତାଙ୍କ ଅମର ଆତ୍ମାର ଶାନ୍ତି କାମନା କରିଛନ୍ତି ଅଞ୍ଚଳ ବାସୀ ।