ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡ୍ରୁକିଆ ଗାଁରେ ଘଟିଛି ଚାଞ୍ଚଲ୍ୟାକର ଘଟଣା । ପରିବାରିକ କଳହରୁ ଦମ୍ପତି ରସି ଲଗେଇ ଆତ୍ମହତ୍ୟା କରି ଥିବା ସୂଚନା । ପାରିବାରିକ କଳହର ଏଭଳି କରୁଣ ପରିଣତି ଘଟିଥିବା ଜଣାପଡିଛି । ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବୁଡ୍ରୁକିଆ ଗାଁରେ ଗତ ରାତିରେ ସ୍ବାମୀ ସ୍ତ୍ରୀର ଗୋଟିଏ ମୋବାଇଲ୍ ବିକ୍ରି କରିଥିବା ନେଇ କଥା କଟାକଟି ହେବା ପରେ ସ୍ତ୍ରୀ ଗୋଟିଏ କୋଠରୀ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିବା ଦେଖି ସ୍ବାମୀ ଅନ୍ୟ କୋଠରୀରେ ଆତ୍ମାହତ୍ୟା କରିଥିବା ବାଲିଗୁଡ଼ା ପୁଲିସ୍ ପକ୍ଷରୁ ସୂଚନା ମିଳିଛିବ। ମୃତ ଦମ୍ପତି ହେଲେ ପ୍ରମୋଦ ମଲ୍ଲିକ ଓ ପୁଆରି ମଲିକ ବୋଲି ଜଣାପଡିଛିନ । ଅତି ଦୁଃଖର କଥା ଯେ ଦମ୍ପତିଙ୍କ ଗୋଟିଏ ଏଗାର ମାସର ଛୋଟ ଝିଅ ଟିଏ ଥିବା ଜଣାପଡିଛି । ଖବର ପାଇ ବାଲିଗୁଡ଼ା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ୍ କରିବା ସହିତ କିଭଳି ପରିସ୍ଥିତିରେ ଘଟଣା ଘଟିଛି ସେ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ଆଜି ସକାଳେ ବାଲିଗୁଡା ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପ୍ତି ରଞ୍ଜନ ବେହେରା, ଥାନା ଏଏସଆଇ ଯୁଗଳ କିଶୋର ନାୟକ ଓ ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।