ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ସାଇବର ଠକେଇ ସଚେତନା କାର୍ଯ୍ୟକ୍ରମ ବୁଧବାର ଦିନ ସ୍ଥାନୀୟ ଋଷିମାଳ ମହାବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ବାଲିଗୁଡ଼ା ଏସଡିପିଓ କମଳ କାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁ, ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ, ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକ, ଇତିହାସ ଅଧ୍ୟାପକ ରାଜୁ ସିଂ, ଆଇନଜୀବି ରଞ୍ଜିତ କୁମାର ମନ୍ତ୍ରୀ ପ୍ରମୁଖ ମଞ୍ଚାସିନ କରିଥିଲେ । ଋଷିମାଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ମଞ୍ଚା ସିନ ଅଧିକାରୀମାନେ ସାଇବର ଠକେଇ ସମ୍ବନ୍ଧୀୟ ସଚେତନା ଜାଗ୍ରତ କରିଥିଲେ l ବର୍ତ୍ତମାନର ଯୁବପିଢି ଇଣ୍ଟର୍ ନେଟ ପ୍ରତି ରୂଚି ରଖୁଥିବା ବେଳେ ମୋବାଇଲର ବହୁଳ ବ୍ୟବହାର କରୁଛନ୍ତି l ସୋସିଆଲ ମିଡ଼ିଆ, ଇନଷ୍ଟାଗ୍ରାମ, ହୁୱାଟସ୍ ଆପ ଫେସ୍ ବୁକ୍ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସକ୍ରିୟ ରଖିବାକୁ ଚେଷ୍ଟା କରିଥାନ୍ତି l ଏସବୁ ବ୍ୟବହାର ସମୟରେ ଓତିପି ନିଜର ସମସ୍ତ ଡାଟା ଅପଲୋଡ଼ କରିଥାନ୍ତି ଯାହାକୁ ସାଇବର ଠକେଇ ମାନେ ଅତି ସହଜରେ ହ୍ୟାକ କରି ତଥ୍ୟ ହାସଲ କରିବା ସହ ଠକେଇ କରିଥାଆନ୍ତି l ଏସମସ୍ତ ଠକେଇରୁ ନିଜକୁ ଦୁରେଇ ରଖିବା ଓ ସୁରକ୍ଷିତ ରହିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହ ସରକାରଙ୍କ ଦ୍ଵାରା ଜାରି କରାଯାଇ ଥିବା ୧୯୩୦ ସହାୟତା ନମ୍ବର ପ୍ରଦାନ କରିଥିଲେ ।