ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ ଦର୍ଲିପାଲିରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ….

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ମଙ୍ଗଳବାର ସକାଳ ୧୦ଟା ସମୟରେ ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ ଦର୍ଲିପାଲିରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଟିପିସି ଦର୍ଲିପାଲି ପ୍ରୋଜେକ୍ଟ ମୁଖ୍ୟ ରାମ ଭଜନ ମଲିକ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସlହିତ କରିଥିଲେ l ସମ୍ମାନୀତ ଅତିଥି ଭାବେ ଏନଟିପିସି ଦର୍ଲିପାଲି ପ୍ରୋଜେକ୍ଟର ସହକାରୀ ସାଧାରଣ ପରିଚାଲିକl ପ୍ରତିଭା ସିଂ (ମାନବ ସମ୍ବଳ), ଏଚଆର ସମୀର ଭଞ୍ଜ, ଲେଫ୍ରୀପଡl ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ନୈନl କୁଜୁର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଚମ୍ପେଶ୍ୱର ବାଗ ଓ ଦର୍ଲିପlଲି ସରପଞ୍ଚ ନଳିନି କୁମୁରl ଉପସ୍ଥିତ ଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଟେଲ ସ୍ଵାଗତ ଭାଷଣ ଦେଇଥିଲେ l ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୭ ଟି ବିଭାଗର ୨୪୦ ଟି ପ୍ରୋଜେକ୍ଟ ପ୍ରଦର୍ଶନ କରାଯାଇ ଥିଲା l ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାଏକ, ଆଲୁମନି ମେମ୍ବର ସୁନ୍ଦରମଣି ପଟେଲ ଓ କୁମୁଦ ଚନ୍ଦ୍ର ପଟେଲଙ୍କୁ ଉତ୍ତରୀୟ ଓ ଫୁଲ ତୋଡା ଦେଇ ଅତିଥି ଗଣ ସମ୍ମର୍ଧିତ କରିଥିଲେ l ବିଚାରକ ମଣ୍ଡଳୀ ପ୍ରତ୍ୟେକ ଷ୍ଟଲକୁ ଯାଇ ବିଭିନ୍ନ ବିଭାଗରେ ଭଳ ପ୍ରଦର୍ଶିତ କରିଥିବା ଅଳକl ନାଏକ, ସୋନିଆ ବାଘେଲ, ସାଇ ଶୃତିକl, ଆଞ୍ଚଳ ଅଗ୍ରୱାଲ, ଗୁଡି ପାଣ୍ଡେ ଓ ଆଦ୍ୟାସl ବେହେରାଙ୍କୁ ଚୟନ କରିଥିଲେ l ଆଗାମୀ ଦିନରେ ଏହି ଛାତ୍ରୀମାନେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେଇ ପ୍ରଦର୍ଶୀତ କରିବେ l ଉଦଯାପିତ ଉତ୍ସବରେ ଲେଫ୍ରୀପଡl ବ୍ଲକ ଅଧ୍ୟକ୍ଷ ନରେଶ ପ୍ରତାପ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଅନିଲ ପାଣିଗ୍ରାହି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟlଲକ୍ଷ୍ମୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ , ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ତଥା ବିଶେଷ କରି ଦର୍ଲିପlଲି ଗ୍ରାମବାସୀ ସହଯୋଗ କରିଥିଲେ l