ବାଲିଗୁଡାସ୍ଥିତ ମୁସୁକୁଲି ଠାରେ ବ୍ଲକ୍ ସ୍ତରୀୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକରେ ବୁଡ୍ରୁକିଆ ପଞ୍ଚାୟତ ମୁସୁକୁଲି ଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଦ୍ୱାରା ପ୍ରଥମେ ଅତିଥିଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣେଇବା ପରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ , ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀ ସଞ୍ଜୀବ ପଟେଲ, କନ୍ଧମାଳ ସାଂସଦ ପ୍ରତିନିଧି ଦୂର୍ଗା ମାଧବ ଆଚାର୍ଯ୍ୟ, ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସମାଜ ସେବୀ ପଦ୍ମ ପାଣିଗ୍ରାହୀ, ବିଜେପି ସଭା ନେତ୍ରୀ କଲ୍ପନା କହଁର ଓ ବାଲିଗୁଡ଼ା ପ୍ରାଣୀ ଚିକିତ୍ସା ବିଭାଗ ବହୁ ଅଧିକାରୀ କର୍ମଚାରୀ ଉପସ୍ଥିତି ଥିବା ବେଳେ ସାଂସଦ ରାଜ୍ୟ ସରକାରଙ୍କ ପଶୁ ପାଳନ ଚାଷ ସମ୍ପର୍କରେ ସଭାରେ ଉପସ୍ଥିତ ଥିବା ଚାଷୀଙ୍କୁ ସଚେତନ କରିବା ସହିତ ପ୍ରାଣୀ ଚିକିତ୍ସା ଉପରେ ଥିବା ସରକାର ବିଭିନ୍ନ ଯୋଜନା ସମ୍ବନ୍ଧେ ଅବଗତ କରାଇ ସରକାର ଯୋଜନା ପ୍ରାଣୀ ଓ ପକ୍ଷୀ ଚାଷରେ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରିଥିଲେ ।