ଜିରାଙ୍ଗ ଠାରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକର ଜିରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ ଗୋଟି ବିଦ୍ୟାଳୟ ଅଂଶ ଗ୍ରହଣ କରି ପ୍ରାୟ ୭୮ ଟି ପ୍ରୋଜେକଟକୁ ୭ଟି ସ୍ତରରେ ପ୍ରଦର୍ଶନୀ ହୋଇଥିଲା । କୁନି କୁନି ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବା ବେଳେ  ପ୍ରଜେକଟିକୁ ଚାରି ଜଣ  ଦକ୍ଷ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଜର୍ଜମେଣ୍ଟ କରି ତିନି ସ୍ତରରେ ମନାନୀତ କରିଥିଲେ l ଏଠାରେ ମନାନୀତ ହୋଇଥିବା କୁନି କୁନି ବୈଜ୍ଞାନିକମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରାୟଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର କୁମାରଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା l ଏଠାରେ ସନମାନିତ ଅତିଥି ଭାବେ ରାୟଗଡ ପଂଚାୟତ ସମିତିର ଉପ ଅଧକ୍ଷ ଜୋତି ପ୍ରସାଦ ପାଣି, ଡିଏସ୍ଓ ଅଶୋକ କୁମାର ସିଂ, ଉପଗୋଷ୍ଠି ଶିକ୍ଷା ଅଧିକାରୀ ଏସ.ପାପା ରାଓ, ପ୍ରଧାନ ଶିକ୍ଷକ ସୁନାମ ଚନ୍ଦ୍ର ପରିଛା ମଞ୍ଚାସିନ ଥିବା ବେଳେ ପ୍ରତେକ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସୀତାକାନ୍ତ ମହାନ୍ତି ଓ ନୀଳକଣ୍ଠ ରଇତ ପରିଚାଳନା କରିଥିଲେ |