ଦାରିଙ୍ଗବାଡିରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ, ବ୍ୟକ୍ତିଗତ ୬୩ ଓ ଗୋଷ୍ଠିଗତ ୭୫ ଟି ମୋଟ ୧୩୮ ଅଭିଯୋଗ ଶୁଣିଲେ ଉପ ଜିଲ୍ଲାପାଳ……

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ପରିସର ମଧ୍ୟରେ ମଙ୍ଗଳବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ କୌଣସି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏହି ଅଭିଯୋଗ ଶୁଣାଣିରେ ଯୋଗ ଦେଇପାରି ନ ଥିଲେ l ଫଳରେ ଫୁଲବାଣୀ ଉପଜିଲାପାଳ ଚିତ୍ତ ରଞ୍ଜନ ମହନ୍ତ ଏହି ଅଭିଯୋଗ ଶୁଣାଣି କରିଥିଲେ । ମୋଟ ୧୩୮ଟି ଅଭିଯୋଗ ଶୁଣାଣୀ କରିଥିବା ବେଳେ ବ୍ୟକ୍ତିଗତ ଭାବେ ୬୩ ଓ ସାମୂହିକ ଭାବେ ୭୫ ଅଭିଯୋଗ ହୋଇଥିବା ଜଣାପଡିଛି । ଏହି ଅଭିଯୋଗ ଶୁଣାଣିବେଳେ ସିର୍କାବର୍ଗ ପଞ୍ଚାୟତର ସମିତିସଭ୍ୟ ଶ୍ୟାମଘନ ପ୍ରଧାନ ତାଙ୍କ ପଞ୍ଚାୟତରେ ମୋବାଇଲ ଟାୱାର ସ୍ଥାପନ କରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବା ଲିଖିତ ଜଣାଇବା ସହ ରାସ୍ତା ମରାମତି କରିବାକୁ ସେ ଜଣାଇଛନ୍ତି । କମ୍ଭାରୀଗାଁ ସରପଞ୍ଚ ସୁମିତ୍ରା ଦଳ ବେହେରା ତାଙ୍କ ପଞ୍ଚାୟତର ଜିରିକୁଆ, ଜିରିହୋ ନଗର, ଲମ୍ବକିଆରି ଆଦି ଗ୍ରାମକୁ ଆର୍ ଡି ରୋଡ଼ ସଂଯୋଗ କରିବା ଗୁଡ଼ି କିଆକୁ ମୋବାଇଲ ଟାୱାର ସଂଯୋଗ କାଟିଙ୍ଗିଆରେ ମୋବାଇଲ ଟାୱାର ସଂଯୋଗ କରିବାକୁ ଅଭିଯୋଗ କରିଥିବା ବେଳେ ବ୍ରାହ୍ମଣୀଗାଁ ରେ ଅତିରିକ୍ତ ତହସିଲଦାରଙ୍କ ସ୍ଥାୟୀ ନିଯୁକ୍ତି ଦାବୀ ହୋଇଥିଲା। ସେହିପରି ଶଶୀ ଗୌଡ଼ ତାଙ୍କ ଝିଅର ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯାଇଛି । ଚିକିତ୍ସା ପାଇଁ ଅର୍ଥ ସହାୟତା ପାଇଁ ନିବେଦନ କରିଥିଲେ । ବ୍ୟକ୍ତିଗତ ଭାବେ ୬୩ ଓ ସାମୂହିକ ଭାବେ ୭୫ ଟି  ଅଭିଯୋଗର ଶୁଣାଣି ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଜିଲା ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀମାନେ ଉପସ୍ଥିତ ଥିଲେ ।