ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସୁନ୍ଦରଗଡ଼ ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ।

csp

ଏହି କ୍ରମରେ ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିବା ସମୟରେ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରୀମାନେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରେଇଥିଲେ । ପରେ  ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିଦର୍ଶନ କରିବା ସମୟରେ  ସ୍ଥାନୀୟ କଳାକାର ମାନେ  ଗୀତ ବାଦ୍ୟ ନୃତ୍ୟ ମାଧ୍ୟମରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟାଳୟରେ କେତେ କର୍ମଚାରୀ ଅଛନ୍ତି ଆଉ କେତେ କର୍ମଚାରୀ ଅବସ୍ଥାପିତ ହୋଇନାହାନ୍ତି , ତା ସହିତ କାର୍ଯ୍ୟାଳୟର ଅନ୍ୟାନ୍ୟ ସମସ୍ୟା ଆଦି ପଚାରି ବୁଝିଥିଲେ ଏବଂ ସେହିପରି ଜିଲ୍ଲା ପାଠାଗାର ମଧ୍ୟ ଯାଇଥିଲେ ଏବଂ ସେଠାକାର ପୁସ୍ତକ  ଆଦି ଦେଖିବା ସହିତ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କ ସହିତ ପାଠାଗାର ସମ୍ପର୍କରେ ଆଲୋଚନା କରିଥିଲେ ।

ପରେ ପରେ ମାନ୍ୟବର ମନ୍ତ୍ରୀ ସ୍ପୋର୍ଟସ କମ୍ପ୍ଲେକ୍ସ, ଭବାନୀପୁର ଏବଂ ଭବାନୀ ଭବନ ଷ୍ଟାଡିୟମ୍ ଗସ୍ତ କରିଥିଲେ । ଏହି ସମୟରେ ସେ ହକି, ଫୁଟବଲ, ତୀରନ୍ଦାଜ, ଭଲିବଲ୍, ବକ୍ସିଂ, ସିପକଟାକ୍ରୋ ଆଦିର ପ୍ରଶିକ୍ଷାର୍ଥୀ ଏବଂ ପ୍ରଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ l  ନିଜ ନିଜ କ୍ଷେତ୍ରରେ ଥିବା ଅସୁବିଧା ଆଦି ସମ୍ପର୍କରେ ପଚାରି ବୁଝିଥିଲେ ।