ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳର ଉପ ନିର୍ଦ୍ଦେଶିକା (ସମ୍ବଲପୁର ) ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ । ଏହି ଗସ୍ତ ସମୟରେ ଆଜି ସେ ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ନନ୍ଦିନୀ ମୁଣ୍ଡାରୀ ତଥା ସମସ୍ତ କର୍ମଚାରୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶ କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର, ରେଜିଷ୍ଟର ଆଦି ତନଖି କରିବା ସହିତ ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକୁ ସମୟ ସୀମା ମଧ୍ୟରେ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି କାର୍ଯ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେସବୁର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ସେ ସୁନ୍ଦରଗଡ଼ ସୂଚନା କେନ୍ଦ୍ର ତଥା ପାଠାଗାର ଗସ୍ତ କରିଥିଲେ ଏବଂ ସେଠାକାର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ତାହାର ସମାଧାନ ଦିଗରେ ଆଲୋଚନା କରିଥିଲେ ।