ଗୋଲାମୁଣ୍ଡା (ଅଶ୍ୱିନୀ ମଲ୍ଲିକ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ସ୍ଥିତ ଉଦନ୍ତୀ ନଦୀ କୂଳରେ ଥିବା ଉଭୟ ମାନଝରି ଓ ଗୋଲାମୁଣ୍ଡା ପମ୍ପ ହାଉସରୁ ମୋଟର କେବୁଲ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି । ଯାହା ଫଳରେ ଉଭୟ ଗ୍ରାମର ୧୦ ଟି ୱାର୍ଡରେ ଜନସାଧାରଣ ପିଇବା ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏଭଳି ଘଟଣା ଗତ ଦୁଇ ବର୍ଷ ମଧ୍ୟରେ ଥରେ କି ଦି ଥର ନୁହେଁ ୮ ଥର ପୁନରାବୃତ୍ତି ହୋଇଥିବାର ଖୋଦ୍ ମାନଝରି ସରପଞ୍ଚ ଜଗଜୀବନ ଅଘ୍ରୀଆ ଓ ମାନଝରି ରାତ୍ର ଜଗୁଆଳି ମୁଶ୍ରୁ ଭୋଇ ପ୍ରକାଶ କରିଛନ୍ତି । ତେବେ ଖବର ପ୍ରସାରଣ ପର୍ଯ୍ୟନ୍ତ ଗୋଲାମୁଣ୍ଡା ସରପଞ୍ଚଙ୍କ ମତାମତ ମିଳିନଥିଲା । ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଉଭୟ ଗ୍ରାମବାସୀ ।