ଉଦଘାଟିତ ହେଲା କୋଟିଦୀପ ଆରାଧନା ଓ ଚବିଶିପ୍ରହର ନାମଯଜ୍ଞ….

ଗୁଣପୁର(ସୁନିଲ୍ କୁମାର ସାବତ): ଓଡ଼ିଶାରେ ପ୍ରଥମ ଥର ପାଇଁ ଗୁଣପୁରରେ ସହରରେ କୋଟିଏ ଦ୍ୱୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କାର୍ତ୍ତିକ ମାସର ଶେଷ ସପ୍ତାହ ପାଳନ ଅବସରରେ ସହରରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି । ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇ ଉଠିଛି ଗୁଣପୁର ସ‌ହର । ବାଘୁଆ ମନ୍ଦିର ନିକଟସ୍ଥ ବସନ୍ତ ମହୋତ୍ସବ ପଡ଼ିଆରେ ପଞ୍ଚ ଦିବସୀୟ ହରି କେଶବ ପୂଜା ଓ କୋଟିଦୀପ ଆରାଧନା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନ ବ୍ୟତୀତ ରାଜ୍ୟ ବାହାରୁ ଅନେକ ମହିଳା ଓ ପୁରୁଷ ଭକ୍ତ ଉପସ୍ଥିତ ରହି ହୋମଯଜ୍ଞ, ଅଭିଷେକ, ବେଲପତ୍ର ଲାଗି, ଦୀପଦାନ, ଦାଣ୍ଡିଆ ନାଚ ଇତ୍ୟାଦି କାର୍ଯ୍ୟକ୍ରମ ହେବା ସହ ବହୁ ସଂଖ୍ୟାରେ ମହିଳାମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । ଓଡ଼ିଶାରେ ପୂର୍ବରୁ ଏହି କାର୍ଯ୍ୟକ୍ରମ ହୋଇନଥିବା ବେଳେ ପ୍ରଥମ କରି ଏହା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି |ସକାଳୁ ପ୍ରଥମେ କଳଶ ଯାତ୍ରା କୋଟିକା ସାହି ନିକଟରେ ଥିବା ବଂଶଧାରା ନଦିରୁ ଜଳଧରି ମହିଳା ମାନେ ବାହାରିଥିଲେ l ଏହା ପରେ ଆଜ୍ଞାମାଳ ନେଇ ପୂଜା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଏହା ପାଞ୍ଚଦିନ ବ୍ୟାପି କାର୍ଯ୍ୟକ୍ରମ ଚାଲିବ । କାର୍ଯ୍ୟକ୍ରମକୁ ଜେ ରାଜୁ ଓ ଭୈରବ ବେହେରା ପରିଚାଳନା କରୁଥିବା  ଦାୟିତ୍ଵରେ ଅଛନ୍ତି । ବହୁ ପରିମାଣରେ ଭକ୍ତ ମାନେ ଯୋଗ ଦେବେ ବୋଲି କର୍ମକର୍ତ୍ତା ମାନେ ଆଶାରଖୀ ଛନ୍ତି ।