ସୁନ୍ଦରଗଡ ଶଙ୍କରା ବାଇପାସ ପାରିଜାତ ପାର୍କ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 7 ତାରିଖ ଗୁରୁବାର ସକାଳ ପ୍ରାୟ 9:15 ମିନିଟ ପାଖା ପାଖି ସମୟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ହୋଟେଲ୍ ଆମ୍ବିଆନ୍ସ ସମ୍ମୁଖ ଗୋଲେଇ ଛକ ପାରିଜାତ ପାର୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରଲର OD -16E-4274 ଚାପାରେ ବାଇକ (OR -16D-7433) ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ବାଇକ ଆରୋହୀ ଜଣଙ୍କ ଶରୀର ଟ୍ରଲର ଚକା ତଳେ ପଡି ରହିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରଲର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ସ୍ଥାନୀୟ ଯୁବକ ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବି କରିଛନ୍ତି । ତେବେ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ଉତ୍ତ୍ୟକ୍ତ ଜନତାଙ୍କୁ ବୁଝା ଶୁଝା କରି ରାସ୍ତାରେ ଯାତାୟତ ସାମାନ୍ୟ କରିବାରେ ସଫଳ ହୋଇଛି । ଅପରପକ୍ଷେ ଘଟଣା ସ୍ଥଳରେ ଶୋକର ଛାୟା ଖେଳଯାଇଛି ।