ଲୁହୁରା ଢ଼ିପା କ୍ଳବ୍ ନିକଟରେ ଅଜଣା ବ୍ୟକ୍ତିଙ୍କ ଶବ ଠାବ, ପୁଲିସର ତଦନ୍ତ ଆରମ୍ଭ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 7 ତାରିଖ ଗୁରୁବାର ସକାଳ 7ଟା ସମୟରେ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଲୁହୁରାଢିପାରୁ ଏକ ଶବ ମିଳିଥିଲା । ସକାଳେ ସ୍ଥାନୀୟ ଲୋକଙ୍କ ନଜରକୁ ଏହି ଘଟଣା ଆସିଥିଲା l ପରେ ସ୍ଥାନୀୟ ଲୋକେ ଟାଉନ ପୁଲିସକୁ ଖବର ଦେଇଥିଲେ l ସୂଚନା ଦେବା ପରେ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣା ପଡ଼ି ନାହିଁ । ଅପରପକ୍ଷେ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଏହାର ବହୁଳ ପ୍ରସାର କରିବାକୁ ଟାଉନ ପୁଲିସ ଗଣ ମାଧ୍ୟମକୁ ନିବେଦନ କରିଛନ୍ତି ।