ଭଞ୍ଜନଗର(ନିଲୁ ବିଷୋୟୀ): ବସଷ୍ଟାଣ୍ଡରୁ ବସ୍ ଚୋରୀ ଏଭଳି ଏକ ଘଟଣା ଗୁରୁବାର ଦିନ ତମାମ ଭଞ୍ଜନଗର ଇଲାକାରେ ଚାଞ୍ଜଲ୍ୟ ସୃଷ୍ଟି କରିଛି । ପ୍ରତିଦିନ ଭଳି ଭଞ୍ଜନଗର ବସଷ୍ଟାଣ୍ଡରେ ରାତିରେ ବହୁ ବସ ରହିଥାଏ । ଗତକାଲି ରାତ୍ରରେ ମା ଦୁର୍ଗା ନାମକ ଏକ ଘରୋଇ ବସ ରହିଥିଲା । ଗାଲେରୀରୁ ଆସି କର୍ମଚାରୀ ମାନେ ବସକୁ ବସଷ୍ଟାଣ୍ଡରେ ରଖି ଘରକୁ ଯାଇଥିଲେ । ସକାଳୁ ଯେତେବେଳେ ଗାଡି ଚାଳକ ଆସି ଦେଖିଲା ବେଳକୁ ବସ ନାହିଁ କେହି ଚୋରୀ କରି ନେଇଥିବା ଜାଣିବାକୁ ପାଇଥିାଲେ । ଏନେଇ ମାଲିକ ଏ.ବେଣୁ ଗୋପାଳ ଜାଣିବା ପରେ ବସ ସଂଘ ଓ ପୁଲିସକୁ ଅବଗତ କରିଥିଲେ । ବସଷ୍ଟାଣ୍ଡ ସମେତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜରୁ ବସଟି ରାତି ୨.୪୦ରୁ କେହି ଜଣେ ଦୁବୃର୍ତ୍ତ ନେଇ ଯାଇଥିବା ଜଣାପଡିଥିଲା । ଏପରିକି ବସଟି ବେଲଗୁଣ୍ଠା ରାସ୍ତା ଦେଇ ଯାଉଥିବା ସିସିଟିଭିରୁ ଜଣାପଡିଥିଲା । ବହୁ ଖୋଜିଥିଲେ ବି ଜଣାପଡିନଥିଲା l ପରେ ଗଞ୍ଜାମ ଥାନା ଅଧିନ ଅଗସ୍ତି ନୂଆଗାଁ ଟାଟା ମୋଟର ନିକଟରେ ବସଟି ରହିଥିବା ନେଇ ଖବର ପୁଲିସ୍ ପାଇଥିଲେ । ଘଟଣା ସ୍ଥଳରେ ଭଞ୍ଜନଗର ପୁଲିସ ଓ ମାଲିକ ପହଞ୍ଚି ବସଟିକୁ ଉଦ୍ଧାର କରିଛନ୍ତି । ଗାଡି ନେଇଥିବା ବ୍ୟକ୍ତି ଜଣକ ଟାଙ୍କିରୁ ସବୁ ତେଲ କାଢି ନେଇ ଯାଇଥିବା ବେଳେ ବସଟି ଷ୍ଟାର୍ଟ ମଧ୍ୟ ହେଉନଥିବା ଜଣାପଡିଛି । ତେବେ କିଏ ବସ ଟିକୁ ଭଞ୍ଜନଗରରୁ ଚୋରି କରି ଛତ୍ରପୁରକୁ ନେଲା ତାହା ଜଣାପଡ଼ିନଥିବା ବେଳେ ପୁଲିସ ମାଲିକଙ୍କ ଅଭିଯୋଗ ଆଧାରରେ କେସ୍ ନମ୍ବର ୧୦୫୦/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କୁମାର ମୁଦୁଲି ସୂଚନା ଦେଇଛନ୍ତି । ବସଟି ଦୈନିକ ଭଞ୍ଜନଗରରୁ କୁଲାଡ଼, ଗାଲେରୀ ଓ ବଦାଙ୍ଗୀ ଯାତାୟତ କରୁଥିବା ଜଣାପଡିଛି ।