ରୋଗୀ କାଲ୍ୟାଣ ସମିତି ବୈଠକ ଅନୁଷ୍ଠିତ, ଘୁ.ଉଦୟଗିରିରେ ସ୍ୱାସ୍ଥ୍ୟ ସେବାର ବିକାଶ ମୋର ପ୍ରାଥମିକତା: ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବିଧାୟକ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ସ୍ଥିତ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଭାବେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ ଅଧକ୍ଷା ଶୁଷମା ପ୍ରଧାନ, ଏନଏସି ଅଧକ୍ଷା ଦେବସ୍ମିତା ସତପଥି, ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ରତିକାନ୍ତ ସାହୁ, ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ, ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ, ବରିଷ୍ଟ କଂଗ୍ରେସ କର୍ମୀ/ଆରକେଏସ ସଦସ୍ୟ ରମାକାନ୍ତ ମହାପାତ୍ର, ଯୁବ ନେତା ଶସାନନ୍ଦ ପ୍ରଧାନ, କଂଗ୍ରେସ କର୍ମୀ ଅଜିତ ନାୟକ, ଧନୁର୍ଜୟ କହଁର, ରାଜେଶ ସାହୁଙ୍କ ସମେତ ଆରଡି, ପିଡବ୍ଲୁ, ପିଏଚଡି, ଶିକ୍ଷା ବିଭାଗର କର୍ମଚାରୀଙ୍କ ସମେତ ଗୋଷ୍ଠୀ କେନ୍ଦ୍ର କର୍ମଚାରୀ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅର୍ଦ୍ଧନିର୍ମିତ ଗୃହ, ବେଶେଷଜ୍ଞ ଡାକ୍ତର, ରକ୍ତ ଭଣ୍ଡାର, ପାନୀୟ ଜଳ, ଟ୍ରମା କେୟାର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ ଇତ୍ୟାଦି ପ୍ରସଂଘକୁ ନେଇ ଆଲୋଚନା ହୋଇ ଥିଲା l ବୈଠକ ଶେଷ ହେବା ପରେ ବିଧାୟକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଥିଲେ l ଶିକ୍ଷା, ସ୍ଵାସ୍ତ୍ୟ ଓ ଗମନା ଗମନ ସେବା ହେଉଛି ଜଣେ ନାଗରିକର ମୌଳିକ ଅଧିକାର l ତେଣୁ ଘୁ. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରର ବିକାଶ ମୋର ପ୍ରାଥମିକତା ବୋଲି ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି l ବିକାଶର ବହୁ ଦୂରରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର l ବିଗତ ଦିନରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅବହେଳିତ ହୋଇ ଥିଲା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଁ କଂଗ୍ରେସ ଦଳ ବହୁ ବର୍ଷରୁ ଦାବୀ କରି ଆସୁଛି l ବର୍ତ୍ତମାନ ମଧ୍ୟ ଏହି ଦାବୀ ବଳବତ୍ତର ରହିବ l ମାନ୍ୟବର ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ଦଳ ଉକ୍ତ ଦାବିକୁ ପୁରଣ ପାଇଁ ପ୍ରତିଶୃତି ବଦ୍ଧ ବୋଲି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ତଥା ଯୁବନେତା ଗଗନ କୁମାର ପ୍ରଧାନ ମତବ୍ୟକ୍ତ କରିବା ସହ କଂଗ୍ରେସ ଦଳ ସଦାସର୍ବଦା ଘୁ.ଉଦୟଗିରି ବାସୀଙ୍କ ସହ ଅଛି ଓ ରହିବ ମଧ୍ୟ ବୋଲି ମଧ୍ୟ କହିଛନ୍ତି l ଏହି ଅବସରରେ ବିଧାୟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶୌଚାଳୟ, ଅର୍ଦ୍ଧ ନିର୍ମିତ ଗ୍ରୁହ, ପାନୀୟ ଜଳ ବ୍ୟବସ୍ଥା କ୍ଷେତ୍ର ପରିଦର୍ଶନ କରି ଦେଖିଥିଲେ l

csp