ମାଣ୍ଡି ପଙ୍ଖା ଗସ୍ତ କରି ପୀଡ଼ିତ ପରିବାରକୁ ଖାଦ୍ୟ ସାମଗ୍ରୀ ବିତରଣ କଲେ “ଅନୁସନ୍ଧାନ ଭାରତ” ଡିଜିଟାଲ ମିଡିଆ ଓ ଖବର କାଗଜର ସମ୍ପାଦକ ଗଗନ କୁମାର ପ୍ରଧାନ…

ଅନୁସନ୍ଧାନ ଭାରତ(ବ୍ୟୁର): ଯୁବ ସାମ୍ବାଦିକ/ ସମାଜସେବୀ “ଅନୁସନ୍ଧାନ ଭାରତ” ଡିଜିଟାଲ ମିଡିଆ ଓ ଖବର କାଗଜର ସମ୍ପାଦକ ଗଗନ କୁମାର ପ୍ରଧାନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡି ପଙ୍ଖା ଗ୍ରାମ ପରିଦର୍ଶନ କରି ଆମ୍ବ ଟାଙ୍କୁ ଖାଇ ମୃତ୍ୟୁ ବରଣ ଓ ଅସୁସ୍ଥ ହୋଇ ଚିକିତ୍ସିତ ହେଉ ଥିବା ପରିବାରକୁ ସାଖ୍ୟାତ କରି ମୃତକଙ୍କ ଅମର ଆତ୍ମାର ସତଗତି କାମନା କରି ଗଭୀତ ଦୁଃଖ ପ୍ରକାଶ କରି ଥିଲେ l ଏହି ସମୟରେ ସମାଜସେବୀ ଗ୍ରାମବାସୀ ଓ ପୀଡ଼ିତ ପରିବାର ଓ ଅଂଚଳ ବାସୀଙ୍କ ସହ ଶାଖ୍ୟାତ କରି ଅଞ୍ଚଳର ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରି ଥିଲେ l ଏହା ସହ ପୀଡ଼ିତ ପରିବାରକୁ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ l ଯୁବସାମ୍ବାଦିକ ଗଗନ କୁମାର ପ୍ରଧାନ ଏହି ଅଂଚଳରେ ଥିବା ଯୋଗାଯୋଗ ବ୍ୟବସ୍ଥା ଅର୍ଥାତ ମୋବାଇଲ ସେବା, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ସରକାରଙ୍କ ପାଖରେ ଦାବୀ କରିଛନ୍ତି l ୨୦୨୪ ମସିହାରେ ମଧ୍ୟ ବିକାଶର ବହୁ ଦୂରରେ କନ୍ଧମାଳ ଜିଲ୍ଲା l ଯାହାକି ସମଗ୍ର ଦେଶ ପାଇଁ ଲଜ୍ଜା ଓ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି l ଭୋକ ସମ୍ଭାଳି ନ ପାରି ଆମ୍ବ ଟାକୁଆ ଖାଇ ଜୀବନ ହାରିବା ଓ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଘଟଣା କନ୍ଧମାଳ ଜିଲ୍ଲା ବାସୀଙ୍କ ପାଇଁ ବିକାଶ ଏକ ପ୍ରକାର ଦିବା ସ୍ବପ୍ନ ହୋଇ ଥିବାର ନଗ୍ନ ନମୁନା l ତେଣୁ ପ୍ରଶାସନ କନ୍ଧମାଳ ବାସିଙ୍କ ବିକାଶ କେବଳ କାଗଜ କଲମରେ ନ କରି ଯୋଜନାକୁ କାର୍ଯ୍ୟକାରୀ ଓ ସଫଳ ରୁପାୟନ କରିବା ପାଇଁ ଦାବୀ କରିଛନ୍ତି ସମ୍ବାଦିକ ତଥା ସମାଜସେବୀ l ଏହି ଦୁଃଖ ଘଟଣାରେ ଗୋଟିଏ ପାରିବାରର ଦୁଇ ଜଣ ଛୁଆ (୫ ମାସର ଶିଶୁ ପୁତ୍ର ଓ ୩ ବର୍ଷର ଶିଶୁ ପୁତ୍ର) ମାଁ ଛେଉଣ୍ଡ ହୋଇଛନ୍ତି l ସେହି ଦୁଇ ସନ୍ତାନଙ୍କ ଥଇଥାନ ପାଇଁ ସରକାରଙ୍କ ପାଖରେ ଦାବୀ ମଧ୍ୟ କରିଛନ୍ତି ଯୁବସାମ୍ବାଦିକ ଗଗନ କୁମାର ପ୍ରଧାନ l ସୂଚନା ଅନୁସାରେ ଗତ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଗଦାପୁର ଗ୍ରାମ ପଂଚାୟତ ମାଣ୍ଡି ପଙ୍ଖା ଗ୍ରାମରେ ଆମ୍ବ ଟାଙ୍କୁଆ ଖାଇ ଥିଲେ ଗ୍ରାମବାସୀ l ପୁଣି ଦ୍ବତିୟ ଥର ୨୯ ତାରିଖରେ ଆମ୍ବ ଟାଙ୍କୁଆ ଖାଇ ୮ ଜଣ ଗୁରତର ହୋଇ l ଯାହା ପାଇଁ ରୁନୁ ମାଝୀଙ୍କ ୩୦ ତାରିଖରେ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ବ୍ରହ୍ମଣିଗାଁରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇ ଥିଲା l ହେଲେ ବଡ଼ ମେଡିକାଲରେ ରୁନୁ ମାଝୀଙ୍କ ମୃତ୍ୟୁ ଘଟି ଥିଲା l ପୁଣି ରମିତା ମାଝୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରାହ୍ମଣିଗାଁରୁ ବ୍ରହ୍ମପୁର ମେଡିକାଲକୁ ନଭେମ୍ବର ୧ ତାରିଖରେ ନିଆ ଯାଉଥିବା ବେଳେ ମୋହନାରେ ମୃତ୍ୟୁ ଘଟି ଥିଲା l ବର୍ତ୍ତମାନ ସୁଦ୍ଧା 6 ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l