ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ୧୦:୩୦ ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲ ଆସୁ ଥିବା ଅଭିଯୋଗ କରିଛନ୍ତିଅବିଭାବକ । ଶିକ୍ଷକ ଶିକ୍ଷୟିତ୍ରୀ ଠିକ୍ ସମୟରେ ସ୍କୁଲ ନ ଆସୁଥିବା ବେଳେ ପାଠ ପଢା କିପରି ହେଉଥିବ ତାହା ଅନୁମାନ କରି ହେଉଛି । ଶିକ୍ଷକ ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଆସିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ବିଦ୍ୟାଳୟ ବାରଣ୍ଡା ବାଇକ୍ ଷ୍ଟାଣ୍ଡ ଭାବେ ବ୍ୟବହାର କରୁଥିବା ବେଳେ ପିଲାମାନଙ୍କ ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦାୟିତ୍ଵ ହୀନ ମନୋଭାବ ଥିବା ଯୋଗୁ କେତେବେଳେ ଯେ କଣ ଅଘଟଣ ଘଟିବ ତାହା କହି ହେବ ନାହିଁ ।