ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟରେ ଅନିୟମିତତା । ବିଭାଗିୟ ଅସାଧୁ ଯନ୍ତ୍ରୀ ଓ ଉଚ୍ଚ ପଦସ୍ଥ କର୍ମଚାରୀ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରୀକା ଯୋଗୁଁ ନିର୍ମାଣ କାର୍ଯ୍ୟର ମାନ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ । ସୁନ୍ଦରଗଡ ସଦର ବ୍ଲକରେ କୁଣ୍ଡୁକେଲାରୁ କୁଡାବଗା ଗ୍ରାମକୁ ସଂଯୋଗ କରୁଥିବା ଏକ 5 କେଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଅଛି ଯେଉଁଥିରେ ଏକ ବଡ ପୋଲ ବି ସାମିଲ ରହିଅଛି । ଏହି କାର୍ଯ୍ୟଟି ସୁନ୍ଦରଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନରେ ହେଉଅଛି । କାର୍ଯ୍ୟାରମ୍ଭ ତାରିଖ 09.02.2024 ରହିଥିବା ବେଳେ କାର୍ଯ୍ୟ ସମାପ୍ତି ତାରିକ 08.11.2024 ରହିଅଛି । ଏହି କାର୍ଯ୍ୟ ର ମାନ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ପୁର୍ବରୁ ଏହି ରାସ୍ତ ଓ ରାସ୍ତା ମଝିରେ ରହିଥିବା ପୋଲଟି ଜରାଜୀର୍ଣ ଅବସ୍ଥାରେ ରହିଥିବାରୁ ପୁର୍ବ ସରକାର ଏହି ରାସ୍ତାର ପୁନଃ ଉଦ୍ଧାର ପାଇଁ ନିର୍ବାଚନ ପୁର୍ବରୁ 3 କୋଟି 12 ଲକ୍ଷ 66 ହଜାର 595 ଟଙ୍କା ମଞ୍ଜୁର କରି ସୁନ୍ଦରଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ଜରିଆରେ କାର୍ଯ୍ୟ ଆରମ୍ଭ କରାଇଥିଲେ । ମାତ୍ର ବ୍ୟାପକ ପିସି କାରବାର ପାଇଁ ଏହି କାର୍ଯ୍ୟକୁ କୌଣସି ବିଭାଗିୟ କତ୍ତୃପକ୍ଷ ପରିଦର୍ଶନ ପାଇଁ ଯାଉଥିବା ଭଳିଆ ପ୍ରତିତ ହେଉନାହିଁ । ଏହି ରାସ୍ତା ନିର୍ମାଣରେ ନିର୍ମାଣ ହେଉଥିବା ଏକ ବଡ ପୋଲର କଂକ୍ରୀଟ କାର୍ଯ୍ୟ ଯଥା ପୋଲ ଓ ଗାର୍ଡୱାଲ ନିର୍ମାଣ ଅତି ନିମ୍ନମାନର ହୋଇଥିବା ସମ୍ପୁର୍ଣ ଦୃଶ୍ୟମାନ ହୋଉଛି । କଂକ୍ରୀଟ କାମରେ ଅନେକ ସ୍ଥାନରେ ସିମେଣ୍ଟ ମସଲାରେ ପେଚ୍ ମରାଯାଇଥିବା ଦୃଷ୍ଟିଗୋଚର ହେଉଛି । ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟଟି ଏକ ବଡ ଠିକାଦାର ସଂସ୍ଥା ଶ୍ରୀ ପ୍ରଦୀପ କୁମାର ଅଗ୍ରୱାଲ (ବେଲପାହାଡ, ଝାରସୁଗୁଡା)ଙ୍କ ନାମରେ ରହିଥିବା ବେଳେରହିଥିବା ବେଳେ ଏହି କାମର ତଦାରଖ ପାଇଁ ଶ୍ରୀ ସୁମନ୍ତ ପଟେଲ ଠିକା ସଂସ୍ଥା ତରଫରୁ ସ୍ୱୀକୃତ ହୋଇଅଛନ୍ତି । ଏହି ବିଷୟରେ ସୁନ୍ଦରଗଡ ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶୀର୍ବାଦ ପଣ୍ଡାଙ୍କୁ ପଚାରିବାରୁ କାମ ଭଲ ହୋଇନଥିଲେ ତାକୁ ଭାଙ୍ଗି ଦିଆଯିବ କହିବା ସହ ଉଚ୍ଚ କର୍ତ୍ତୃପକ୍ଷ ଗଣମାଧ୍ୟମ ସମ୍ମୁଖରେ କୌଣସି ବି ମତ ରଖିବା ପାଇଁ ବରଣ କରିଥିବା କଥା କହିଛନ୍ତି । ପରେ ଏହି ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ରହିଥିବା ଯନ୍ତ୍ରୀ ଶ୍ରୀ ଖିରୋଦ କୁମାର ଭୋଇଙ୍କୁ ପଚାରିବାରୁ ବିଭାଗ ରେ ଯନ୍ତ୍ରୀ ସଂଖ୍ୟା କମ୍ ରହିଥିବାରୁ ସବୁ ନିର୍ମାଣ କାର୍ଯ୍ୟ ସ୍ଥାନରେ ରହିବା ଅସମ୍ବବ ବୋଲି କହିଛନ୍ତି ।