ଜ଼ିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪ ଅନୁଷ୍ଠିତ….

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜ଼ିଲ୍ଲା ଟିକାବାଲି ହାଇସ୍କୁଲ ପ୍ରାଙ୍ଗଣରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି ଜ଼ିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ l ଗ୍ରାମାଞ୍ଚଳର ଅନ୍ତର୍ନିହିତ କଳାକୁ ବିକଶିତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ ଏବଂ ଜ଼ିଲ୍ଲାର ଗୌରବ ଅର୍ଜନ କରିପାରିବେ ଏହି ଉଦେଶ୍ୟରେ ରାଜ୍ୟସରକାର ଏକ ଅଭିନଵ ପନ୍ଥା ବାହାର କରି କଳା ଓ ସଂକୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ ଯୋଜନା କରୁଛନ୍ତି ତାହା ବାସ୍ତବରେ ସ୍ୱଗତ ପଦକ୍ଷେପ ନିଂଛିତ l ଏଣୁ ଜ଼ିଲ୍ଲା ବାସୀ ବେଶ ଖୁସିଥିବା ଦେଖିବାକୁ ମିଳିଛି l ଆଜିକାର ଏହି ସଂକୃତି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଶ୍ରୀ ଯୁକ୍ତ ଉମା ଚରଣ ମଳିକ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଏମ ପି. ପ୍ରଧାନ ଶିକ୍ଷକ ଦାମୋଦର ସାହୁ, ସଭାପତି ମଧୁସୂଦନ ବେହେରା, ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ, ଜ଼ିଲ୍ଲା ପରିଷଦ ଭାଇସି ଚେୟାରମ୍ୟାନ ସାଧୁବାଣୀ ନାୟକ, ଚେୟାରମ୍ୟାନ ଶ୍ରୀ ଯୁକ୍ତ ଦିଲୀପ କହଁର,ସରପଞ୍ଚ କୁନ୍ଦରୁ ମଳିକ, ବିଡ଼ିଓ ନାରାୟଣ ଦୀକ୍ଷିତ, ସିଡିପିଓ ପାନମଣୀ ହାଁସଦା ପରି ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ନିଜ ବହୁମୂଲ୍ୟ ବକ୍ତବ୍ୟ ମାଧ୍ୟମରେ ନୃତ୍ୟ ଦଳକୁ ଉତ୍ସlହିଁତ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ୧୨ ଗୋଟି ବ୍ଲକରୁ ୧୨ ଗୋଟି ଦଳ ଜ଼ିଲ୍ଲା ସ୍ତରୀୟ ମହୋତ୍ସବ ରେ ଅଂଶ ଗ୍ରହଣ କରି ଲୋକନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି l ଏହି ପରିପ୍ରେକ୍ଷୀରେ କୃତିପ୍ରତିଯୋଗୀକୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଫଳ ହେବାରେ ସହଯୋଗ କରିଥିଲେ ବ୍ଲକର ସମସ୍ତ ସିଆରସିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ l ଏହି କାର୍ଯ୍ୟକ୍ରମ ଟିକାବାଲିରେ ଅନୁଷ୍ଠିତ ହେଇଥିବା ହେତୁ ଅଂଚଳବାସୀ ବେଶ ଖୁସି ବ୍ୟକ୍ତ କରିଥିବା ଜଣା ପଡିଛି l