ସୁନ୍ଦରଗଡ ବିଜେଡି ପକ୍ଷରୁ ସଦର ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ ମରୁଡ଼ି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ସୁନ୍ଦରଗଡ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ଉପସଭାପତି ତଥା ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ(ଆଇଏଏସ)ଙ୍କୁ  ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସୁନ୍ଦରଗଡ ସଦର ନିର୍ବାଚନ  ମଣ୍ଡଳୀରେ ଚାଷ ପାଇଁ ଅଭାବୀ କମ ବର୍ଷା ଯୋଗୁଁ ଦେଖା ଦେଇଥିବା ମରୁଡ଼ି ପରିସ୍ଥିତି ପାଇଁ ଚାଷୀମାନଙ୍କୁ ସାହାଯ୍ୟ ଓ ସୁରକ୍ଷା ଦୃଷ୍ଟିରୁ ସଦର ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ ମରୁଡ଼ି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି l ଏହି ଦାବି ପତ୍ରରେ ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀର ସଦର ବ୍ଲକ, ଟାଙ୍ଗରପାଳି ବ୍ଲକ, ଲେଫ୍ରିପଡ଼ା ବ୍ଲକ ଏବଂ ହେମଗିର ବ୍ଲକରେ ଏବର୍ଷ ସ୍ୱାଭାବିକ ଠାରୁ କମ ଓ ବିଳମ୍ବିତ ବର୍ଷା ବିଶେଷକରି ଅଣଜଳସେଚିତ ଅଞ୍ଚଳରେ ନବେ (90) ପ୍ରତିଶତ ଚାଷ ନଷ୍ଟ ହେଲାଣି l ଚାଷୀମାନଙ୍କ ଚାଷ ଖରାପ ହେବା ପରେ ପୁଣି ଥରେ ଧାରଉଧାର କରି ଚାଷୀମାନେ ଆଉ ଥରେ ତଳି ପକାଇ ଚାଷ କରି  ଥିଲେ l କିନ୍ତୁ ଚାଷୀମାନଙ୍କ ଏହି ଚେଷ୍ଟା ମଧ୍ୟ୍ୟ ଚାଷ ଋତୁ ଶେଷ ବେଳକୁ ପୁଣି ବର୍ଷାର ଅଭାବରେ ଜମି ସବୁ ଫାଟି ଆଁ କରିଥିବା ବେଳେ ସବୁଜ ଜମି ଧାନକିଆରୀ ସବୁ ସୁଖୀ ପାଳ ହୋଇଯାଇଛି l ଗାଁ ଚାଷଜମିକୁ ଜଳସେଚନର କୌଣସି ସୁବିଧା ନ ଥିବାରୁ ଧାନଗଛ ସବୁ ପୋଡି ଯାଇଥିବା ବେଳେ ଏବେ କୌଣସିମତେ ପାଣି ମିଳିଲେ ମଧ୍ୟ୍ୟ ଚାଷ ବଞ୍ଚିବାର ସମ୍ଭାବନା ଆଉ ନାହିଁ l ତେଣୁ ଧାରକରଜ କରି ଚାଷ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ଚିନ୍ତାରେ ପଡ଼ିଛନ୍ତି l ଚାଷୀମାନଙ୍କ ଏହି ବିପଦ ସମୟରେ ସରକାର ଚାଷୀମାନଙ୍କୁ ସାହାଯ୍ୟ ଓ ସହାୟତା ଯୋଗେଇଦେବା ଆବଶ୍ୟକ ଏବଂ ଚାଷୀଙ୍କ ଜମିଗୁଡିକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ସରଜମିନ ତଦନ୍ତ କରିଵା ସହିତ ନିର୍ଭୁଲ ଭାବେ କ୍ଷତି ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବା ସହିତ ସଦର ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ ମରୁଡ଼ି ଘୋଷଣା କରାଯିଵା ପାଇଁ ସୁନ୍ଦରଗଡ ବିଜୁ ଜନତା ଦଳ ତରଫରୁ ଦାବି କରାଯାଇ ଏକ ଦାବିପତ୍ର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଜିଲ୍ଲାପାଳଙ୍କ ଜରିଆରେ ଦିଆ ଯାଇଛି l ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ବିଜେଡି ଉପସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀ, ଲେଫ୍ରିପଡ଼ା ବ୍ଲକ ଚେୟାରମେନ ନରେଶ ପ୍ରତାପ ସିଂ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ସର୍ଗିପାଳି ଲ୍ୟାମ୍ପ ସଭାପତି ରିତେଶ ପ୍ରତାପ ସିଂ, ଟାଙ୍ଗରପାଳି ବିଜେଡି ବ୍ଲକ ସଭାପତି ଶୋଭନ ଦାଶ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହେବାଜ଼ ହୁସେନ, ଟାଙ୍ଗରପାଳି ବ୍ଲକ ବିଧାୟକ ପ୍ରତିନିଧି ନିତ୍ୟାନନ୍ଦ ପଟେଲ, କାଉନସିଲର କୈଳାସ ତନ୍ତି, ଯୁବବିଜେଡି ନେତା ଅଶୋକ ମହାନ୍ତି, ପଙ୍କଜ ଶ୍ରେଷ୍ଠ, ତ୍ରିଲୋଚନ କାକ, ସଞ୍ଜୟ ପଟ୍ଟନାୟକ, ଗୌରାଙ୍ଗ ଧଳ, ଛାତ୍ର ବିଜେଡି ଟାଉନ ସଭାପତି ନରଦୀପ ସିଂ, ରାଜେଶ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l