ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ ନେଇ ପ୍ରସ୍ତୁତି ବୈଠକ….

ଭଞ୍ଜନଗର(ନିଲୁ ବିଷୋୟୀ): ଓଡିଶା ଆଇନଜୀବୀ ସଂଘ ଚଳିତ ବର୍ଷ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭଞ୍ଜନଗର ଠାରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଓକିଲ ସଂଘର ସଭାପତି ଶୌଳେନ୍ଦ୍ର ନାରାୟଣ ସାହୁଙ୍କ ସଭାପତିତ୍ବରେ ବନ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସଂଘର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ କିଭଳି ଏହା ସଫଳ ହେବ ସେନେଇ ଆଲୋଚନା କରିଥିଲେ । ଏହି ସମ୍ମିଳନୀ ଆସନ୍ତା ଡିସେମ୍ବର ମାସ ୨୯ ଓ ୩୦ ଦୁଇ ଦିନ ଧରି ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ପୂର୍ବତନ ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷ ତଥା ରାଜ୍ୟ ଆଇନଜୀବୀ ସଂଘ ସଭାପତି ମାନସ ମହାପାତ୍ର, ସମ୍ପାଦକ ସୁଶାନ୍ତ ବରାଳ, ସଙ୍ଗଠନ ସମ୍ପାଦକ ନିରଞ୍ଜନ ନାୟକ, ପୂର୍ବତନ ସଭାପତି ଶିଶିର କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି ଏହାର ପ୍ରସ୍ତୁତି ସଂର୍ପକରେ ଆଲୋଚନା କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ଆସିବାକୁ ଥିବା ଅତିଥିମାନଙ୍କ ରହିବା ଖାଇବା ସହ ସମ୍ମିଳନୀ କିଭଳି ଏକ ବର୍ଣ୍ଣାଢ୍ୟ ପରିବେଶରେ ହେବ ସେନେଇ ରୂପରେଖ ପ୍ରସ୍ତୁତି ସଂର୍ପକରେ ଆଲୋଚନା କରାଯାଇଥିଲା । ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ଗଗନ ବିହାରୀ ବିନ୍ଧାଣିରା, କୋଷାଧ୍ୟକ୍ଷ ସଂଗ୍ରାମ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ଗୌଡ, ଜ୍ୟୋତିରାଜ ପତି, ସୁଧିର ଦାସ, ସନ୍ତୋଷ ତିଆଡି, ବିମଳ କୁମାର ପାଣି, ବିଷ୍ଣୁ ପ୍ରସାଦ ପ୍ରଧାନ, ଦୁର୍ଗା ଷଢଙ୍ଗୀ, ଗୋପଳ କୃଷ୍ଣ ପ୍ରଧାନ, ସନ୍ତୋଷ ନାୟକ, ଅଳକା ମଞ୍ଜରୀ ପଟ୍ଟନାୟକ, ସମୀର ନାୟକ, ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହିଥିଲେ ।