ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ଉଠିଲା ଦାବୀ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ବ୍ରାହ୍ମଣୀଗାଁ ତଥା ଏହାର ଆଖପାଖ ୮ଗୋଟି ପଞ୍ଚାୟତ ଯଥା ସରାମୂଳି, ଗଦା ପୁର,ତାଜୁଙ୍ଗିଆ, ହାତୀମୁଣ୍ଡା , ଝିଞ୍ଜିରୀ ଗୁଡା, କୁମ୍ଭାରି ଗାଁ, କାଟିଙ୍ଗିଆ ସମେତ ଗଜପତି ଜିଲ୍ଲାର କଟମା, ପାଣିଗଣ୍ଡା ଓ ଗଞ୍ଜାମ ଜିଲ୍ଲାର ସଲିମା ଗୋଚ୍ଛା ପଞ୍ଚାୟତର ପ୍ରାୟ ୮୦ହଜାରରୁ ଉର୍ଦ୍ଧ୍ବ ଲୋକେ ଜରୁରୀ କାଳୀନ ସେବା ମେଡ଼ିକାଲ ସେବା ପାଇଁ ବ୍ରାହ୍ମଣୀଗାଁ ମେଡ଼ିକାଲ ଉପରେ ନିର୍ଭର କରିଥାନ୍ତି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ଏକମାତ୍ର ମେଡ଼ିକାଲ ସହା ଭରଷା । ବ୍ରାହ୍ମଣୀଗାଁ ଅଞ୍ଚଳର ୮ଟି ପଞ୍ଚାୟତ ପାଇଁ ରହିଛି ୪ଟି ସ୍ବାସ୍ଥ୍ୟକେନ୍ଦ୍ର l ମାତ୍ର ଉକ୍ତ ଅଞ୍ଚଳ ଭୌଗଳିକ ସ୍ଥିତି ଯଦି ଦେଖାଯାଏ ତେବେ ବଣ, ଜଙ୍ଗଲ, ଘାଟି ପାହାଡ଼ ଝରଣା ଭିତରେ ରହିଛି ଗାଁ ଗୁଡିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ୪୦ରୁ ୭୦ କିମି ଦୂରରେ ଥିବା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର ୨୦୦ କିମି ଦୂର ରେ ରହିଅଛି । ଆଭ୍ୟନ୍ତର ଇଲାକାରୁ ମେଡ଼ିକାଲ ଯିବାକୁ ମଧ୍ୟ ଗାଡିର ସୁବିଧା ନାହିଁ । ଏନେଇ ସ୍ବାସ୍ଥ୍ୟ ସେବା ଅପହଞ୍ଚ ରହିଛି । ଉକ୍ତ ଅଞ୍ଚଳର ତାଜୁଙ୍ଗିଆ ପଞ୍ଚାୟତ ସିକରମାହାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ସରାମୁଳି ପଞ୍ଚାୟତର ମର୍ଦ୍ଦିପାଙ୍କା, ଗଦାପୁର ଓ ବ୍ରାହ୍ମଣୀଗାଁରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ତେବେ ଅଞ୍ଚଳବାସୀ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ସେଠାରେ ମାତ୍ର ଜଣେ ଡାକ୍ତର ଅଛନ୍ତି । ପ୍ରସବ କରାଇବା ପାଇଁ ୨ ନର୍ସଙ୍କ ଆବଶ୍ୟକ ଥିବାବେଳେ ଜଣେ ରହିଛନ୍ତି । ଦୈନିକ ୭୦ରୁ ୮୦ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ନେଇ ଆସୁଥିବା ବେଳେ ମାସକୁ ୬୦ ରୁ ୭୦ ଗର୍ଭବତୀ ମହିଳା ଆସନ୍ତି । ଏକ ମାତ୍ର ଷ୍ଟାଫ ନର୍ସ ପ୍ରସବ କରାଇଥାନ୍ତି । ରୋଗୀଙ୍କୁ ମୌଳିକ ସୁବିଧା ତଥା ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ଗର୍ଭବତୀଙ୍କ ପାଇଁ ପ୍ରତୀକ୍ଷାଗୃହ, ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତୀକ୍ଷାଗୃହ ନ ଥିବା ବେଳେ ଆବଶ୍ୟକୀୟ ଔଷଧ ମଧ୍ୟ ମହଜୁଦ ରହୁ ନଥିବା ଅଭିଯୋଗ ହେଉଛି । ସେହିପରି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ନ ଥିବା ବେଳେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନାହିଁ । କାରଣ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ସରକାର ଅନେକ ମୌଳିକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳର ଲମ୍ବୋଦର ସିଂ, ବିଜୟ କୁମାର ମଲିକ, ଯୁଗଳ କିଶୋର ରଞ୍ଜିତ ପ୍ରମୁଖ ଅଭିଯୋଗ କରିଛନ୍ତି । ଅଭିଯୋଗ କାରୀମାନେ କହିଛନ୍ତି ଯେ, ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଘଟଣା ପରେ ସରକାର ଜାଣିବା ଦରକାର ଯେ, ଲୋକଙ୍କ ଜୀବନ ମୂଲ୍ୟବାନ । ଆମର ଏକମାତ୍ର ଭରସା ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରି ଆବଶ୍ୟକ ଡାକ୍ତର ସଂଖ୍ୟା ବୃଦ୍ଧି, ରୋଗୀଶଯ୍ୟା ବ୍ୟବସ୍ଥା ସହ ରୋଗୀଙ୍କ ମୌଳିକ ସୁବିଧା ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତ । ଅଞ୍ଚଳର ମିଥୁନ ମାଝି, ଅକ୍ଷୟ ବେହେରା ଦଳାଇ, ଅକ୍ଷୟ ପରିଛା, ରଞ୍ଜନ ସିଂ ପ୍ରମୁଖ ବ୍ରାହ୍ମଣୀଗାଁ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।