ଉନ୍ନୟନ କାର୍ଯ୍ୟ ଆଳରେ ଦୁର୍ଗପାଙ୍ଗା ପଂଚାୟତରେ ଦେଢ଼ କୋଟି ଅର୍ଥ ଆତ୍ମସାତ ଘଟଣା, ଏପିଡିଙ୍କ ତନାଘନା…..

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ରାଜ୍ୟ ଅର୍ଥ କମିଶନ ପାଣ୍ଠି, ଚତୁର୍ଦଶ ଅର୍ଥ କମିଶନ ପାଣ୍ଠି ଓ ମନରେଗାର କାର୍ଯ୍ୟରେ କୋଟି କୋଟି ଟଙ୍କା ଚଳୁ ହୋଇଥିବା ନେଇ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ସୋସିଆଲ ମିଡ଼ିଆ ଗ୍ରୁପରେ ଦୁଇମାସ ହେବ ତର୍ଚ୍ଚା ପରିସରରେ ରହିଛି । ଦୁର୍ଗାପାଙ୍ଗା ପଞ୍ଚାୟତରେ ପିଇଓ ବିଷ୍ଣୁ ଚରଣ ବେହେରା ଓ ସରପଞ୍ଚ ବାଳବତୀ ମାଝୀଙ୍କ ନାମରେ ପାଣ୍ଠି ଆତ୍ମସାତ କରିଥିବା ଦର୍ଶାଇ ବିଡିଓ ଶୁଭକାନ୍ତ ନାୟକ ଏକ ଚିଠି କରିଥିବା ସୂଚନାମିଳିଥିଲା | ହେଲେ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ନ ଥିଲେ |ସୂଚନା ଥାଉକି, ଦୁର୍ଗାପାଙ୍ଗା ପଞ୍ଚାୟତରେ ମୋଟ ଚତୁର୍ଦଶ ଅର୍ଥ କମିଶନ ପାଣ୍ଠି ୨୪ଲକ୍ଷ ୮୨ହଜାର ୮୬୩ ଟଙ୍କା, ରାଜ୍ୟ ଅର୍ଥକମିଶନ ପାଣ୍ଠି ୨୧ଲକ୍ଷ ୫୧ହଜାର ୬୧୫ ଟଙ୍କା ଓ ମନରେଗାକାର୍ଯ୍ୟର ମେଟେରିଆଲ ବାବଦରେ ୧ କୋଟି ୭ଲକ୍ଷ ୮୫ହଜାର ଆତ୍ମସାତ କରାଯାଇଥିବା ନେଇ ଦୁର୍ଗାପଙ୍ଗା ପିଇଓ ବିଷ୍ଣୁ ଚରଣ ବେହେରା ଓ ସରପଞ୍ଚ ବାଳବତୀ ମାଝୀ ନାମରେ ଉପରିସ୍ଥ ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟକୁ ଚିଠି କରିଥିଲେ ବିଡିଓ | ତେବେ ଉକ୍ତ ଘଟଣାକୁ ନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଏପିଡିଙ୍କ ସହ ୩ ଜଣିଆ ଟିମ ଆସି ଆଜି କୋଟଗଡ ବ୍ଲକ କାର୍ଯ୍ୟାଳୟରେ ପହଁଚି କାର୍ଯ୍ୟାଳୟ ଓ ବିଡିଓ ଚାମ୍ବରରେ ଦୀର୍ଘ ସମୟ ନଥିପତ୍ର ଖୋଳତାଡ଼ କରିଥିଲେ | ଏବେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଦୁର୍ଗାପାଙ୍ଗା ପଂଚାୟତର ଅଭିଯୋଗ ଉପରେ ତଦନ୍ତ ହୋଇଛି l ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ ସେ ଯାହା ଜଣେଇବେ ବୋଲି କହିଛନ୍ତି ଏବଂ ବିଡିଓ ଶୁଭକାନ୍ତ ନାୟକ କହିଛନ୍ତି ଗଣମାଧ୍ୟମ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଛି ଯିଏ ଦୋଷୀ ସିଏ ଦଣ୍ଡ ପାଇବ | ତେବେ ଏ ଘଟଣାକୁ ନେଇ ତତ କାଳୀନ ପିଇଓ ବିଷ୍ଣୁ ଚରଣ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମୋତେ କେବଳ ଦୋଷୀ କୁହାଯାଉଛି l ଅନ୍ୟ ମାନେ ଏଯାଏଁ ତଦନ୍ତ ପରିସରକୁ ଆସି ନାହାନ୍ତି, ତା ପରେ ମୁଁ ସଠିକ କହିବି, ମୋଠୁ ଏପରି ପ୍ରତିକ୍ରିୟା ନେଲେ ମୋର କିଛି କରିପାରିବେନି କହି ଲୁଚି ଚାଲିଯାଇଥିଲେ | ହେଲେ ତଦନ୍ତ କେବେ ହଉଚି, କିଏ ଦଣ୍ଡ ପାଉଛି ଆଗାମୀ ସମୟ କହିବ |