ସରକାରୀ କର୍ମଚାରୀ ସରକାରୀ କୂଅକୁ ଜବରଦଖଲ କରିଥିବା ଅଭିଯୋଗ…..

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ୩ ନମ୍ବର ୱାର୍ଡ ବାନ୍ଦାପଙ୍ଗା ୱାର୍ଡରେ ଲୋକମାନଙ୍କ ପାଇଁ ସରକାର ଏକ କୂଅ ଖୋଳି ଦେଇଥିଲା l ସେହି କୂଅକୁ ନିର୍ଭର କରୁଥିଲେ ବାନ୍ଦାପଙ୍ଗା ୱାର୍ଡ ବାସିନ୍ଦା । ହେଲେ ଅଧିବାସୀ ମହାବିଦ୍ୟାଳୟର ଇଂରାଜୀ ଲେକଚର ତେଜସ୍ୱର ନାୟକ ପାଚେରୀ କରିଦେଇ ନିଜ ହାତମୁଠାକୁ ନେଇ ଯାଇ ଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଏହି ବିଷୟରେ କହିଲେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି l ସରକାରୀ କର୍ମଚାରୀ ହୋଇଥିବାରୁ ସରକାରୀ ଜମିକୁ ହଡପ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି । ଏହି ଅଭିଯୋଗ ନେଇ ଗ୍ରାମବାସୀ। ବାଲିଗୁଡା ପ୍ରଶାସନ ପାଖକୁ ଦ୍ବାରସ୍ଥ ହୋଇ ଛନ୍ତି l ପ୍ରଶାସନ କାହାକୁ ସହଯୋଗ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।