ପୃଥକ ପୃଥକ ସ୍ଥାନରୁ ଦୁଇ ମୃତ ଦେହ ଜବତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଅଞ୍ଚଳରୁ ଶୁକ୍ରବାର ଦୁଇଟି ପୃଥକ ମୃତ ଦେହ ଉଦ୍ଧାର ହୋଇଛି । ସହରର ଜନଗହଳି ସ୍ଥାନ କୋର୍ଟ ନିକଟ ଏକ ଅଧନିର୍ମିତ ସରକାରୀ କୋଠା ବାରଣ୍ଡାରୁ ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଜବତ କରିଛି । ମୃତକଙ୍କ ପରିଚୟ ଜଣା ପଡିନାହିଁ । ମୃତ ବ୍ୟାଙ୍କ ଜଣକ ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଭିକ୍ଷା ବୃତ୍ତି କରି ସେଠାରେ ରହୁଥିଲେ । ଶୁକ୍ରବାର ସକାଳୁ ପୁଲିସ ତାଙ୍କର ମୃତଦେହ ଜବତ କରି ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ । ୪୨/୨୪ରେ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଚଳାଇଛି । ସେହି ପରି ଜିଲୁଣ୍ଡି ଗ୍ରାମର ରାସ୍ତା କଡ ପୋଖରୀରୁ ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସେହି ଗ୍ରାମର ରାଜେଶ ପ୍ରଧାନ(୨୩) ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛି । ସୂଚନାନୁସାରେ, ଶୁକ୍ରବାର ସକାଳୁ ରାଜେଶ ଘରୁ ବାହାରି କୁଆଡେ ଯାଇଥିଲେ । ହେଲେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ଅପରାହ୍ନ ସମୟରେ ଭଞ୍ଜନଗର-ବ୍ରହ୍ମପୁର ଜାତୀୟ ରାଜପଥ ଜିଲୁଣ୍ଡି ଜୟଗୁରୁ ମନ୍ଦିର ନିକଟ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବାହାନୀ ସହାୟତାରେ ଭଞ୍ଜନଗର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।