ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 2 ତାରିଖ ଶନିବାର ରାତି 2ଟା ରୁ 3ଟା ମଧ୍ୟରେ ଟପରିଆ – ବୈକଟ ପାଲି ନିକଟରେ ଟ୍ରଲର ଓ ଟାଟା ମ୍ୟାଜିକ ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ହେମଗିରି ଡାକ୍ତର ଖାନା ସୂତ୍ରରୁ ଜଣାପଡିଛି । ତେବେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣଙ୍କର ରାୟ ଗଡରେ ମୃତ୍ୟୁ ହୋଇଛି ଓ ଅନ୍ୟ ତିନିଜଣଙ୍କର ହେମଗିରି ଡାକ୍ତର ଖାନାରେ ମୃତ୍ୟୁ ହୋଇଛି । ହେମଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ତଦନ୍ତ ଚାଲୁ ରଖିଛି ।ମୃତକ ମାନେ ହେଲେ – ରକ୍ଷାପାଳ ସା ( ସେରିନ ପିଣ୍ଡା), ଯୋଗେଶ କିଶାନ ( କନ୍ଦା ଧୁଡ଼ା), ଜନକ ରାମ ମାଝି ( କନ୍ଦା ଧୁଡା), ଭାଟ ପଧାନ ( କନ୍ଦା ଧୁଡ଼ା ) ଓ ଡୋଳା ମଣି ସିଦାର, ( ଚକା ବାହାଲ)। ଅନ୍ୟ ଜଣଙ୍କର ପରିଚୟ ମିଳି ନାହିଁ ।