ଟୀକାବାଲି(ସାନୁଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ ଡୁଙ୍ଗି ଠାରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଭଞ୍ଜନଗର ଠାରୁ ଟିକାବାଲି ଅଭିମୁଖେ ଏକ କାର ରାତ୍ରୀ ପ୍ରାୟ 2 ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେବା ଦ୍ୱାରା ଜଣକର ମୃତ୍ୟୁ ଘଟିଛି l
ମୃତକ ଜଣକ ବେଲୁଗୁଣ୍ଠା ଅଂଚଳର ଶୁଭେନ୍ଦୁ ସ୍ୱାଇଁ (25) ହୋଇ ଥିବା ପୁଲିସ ସୂଚନା ଦେଇଛି l ଖବର ପାଇ ଟୀକାବାଲି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ମୃତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା l ହେଲେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ l ବର୍ତ୍ତମାନ ମୃତ ଦେହ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରଖା ଯାଇ ଘଟଣାର ତଦନ୍ତ ଚାଲି ଥିବା ପୁଲିସ ସୂତ୍ରରୁ ପ୍ରକାଶ l