ବିଜେନ୍ଦ୍ର ରାଉତଙ୍କ ସହୀଦ ସପ୍ତାହ ପାଳନ ଓ ନଗର ପରିକ୍ରମା….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ପ୍ରତିବର୍ଷ ଭଳି ଚଳିତ ବର୍ଷରେ ମଧ୍ୟ ପୁଲିସ ଶହୀଦ ଦିବସ ପାଳନ କରି ଥିବା ବେଳେ ଆଜି ପୁଲିସ ଶହୀଦସପ୍ତାହ ଦିବସର ଶ୍ରଦାଞ୍ଜଳି ଦିବସ ପାଳନ କରା ଯାଇଛି l ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ  ଠାରେ ଶହୀଦ ବିଜେନ୍ଦ୍ର ରାଉତଙ୍କ ସ୍ମୃତି ପ୍ରତିମାରେ ତାଙ୍କର ସହିଦ ପରିବାର ପକ୍ଷରୁ ବଡ ଭଉଣୀ ମାଣିକ୍ୟ ରାଉତ, ସ୍ୱାଗତିକା ଓ ତାଙ୍କ କାକା କୁରୁକ୍ଷେତ୍ର ରାଉତ ଓ ପୁଲିସ୍ କର୍ମଚାରୀମାନେ ମଧ୍ୟ  ଦୀପ ଧୂପ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଲି ଦିଆ ଯାଇ ଥିଲା l ଏହା ପୂର୍ବରୁ ବୃନ୍ଦା ବାହାଲ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗୋଲାମୁଣ୍ଡା ଥାନା ଓ ଦଶପୁର ପୁଲିସ୍ କର୍ମଚାରୀ ଏବଂ ଗୁଆଳୀୟର ବ୍ଲାକ କମାଣ୍ଡୋ ବିଶ୍ୱନାଥ ମାଝୀଓ ଅନେକ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ବୃନ୍ଦାବାହାଳ ଗ୍ରାମ ପରିକ୍ରମା କରି ଥିଲେ l ସୁଚନା ଥାଉକି ଗତ ୨୦୧୦ମସିହାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ର ଅମ୍ବା ଠାରେ ବୀଜେନ୍ଦ୍ରରାଉତ ନକ୍ସଲ ଲ୍ୟାଣ୍ଡ ମାଇନର ଶିକାର ହୋଇ ଚିର ଦିନ ପାଇଁ ଆଖି ବୁଜି ଥିଲେ l ତାଙ୍କର ବାପା ପତିତ କୁମାର ରାଉତ ଓ ତାଙ୍କ ଜନ୍ମଦାତ୍ରି ମାଆ ଆଲ୍ଲାଦିନ ରାଉତଙ୍କ ଗୋଟିଏ ବୋଲି ପୁଅ ଶହୀଦ ହେବାରୁ ଶହୀଦ ବିଜେନ୍ଦ୍ର ରାଉତଙ୍କ ପାଇଁ ଅଞ୍ଚଳବାସି ଦୁଃଖ ପ୍ରକାଶ କରି ଥିଲେ ମଧ୍ୟ ମାଟି ମାଁ ପାଇଁ ଗୌରବ ଆଣି ଥିଲେ l ଏହି ଅବସରରେ ଆଜି ତାଙ୍କ ସ୍ମୃତି ପ୍ରତିମ ରେ ଦୀପ ପୁଷ୍ପ ଧୂପଙ୍କ ଦ୍ଵାରା ପ୍ରଦାନ କରି ଥିବା ବେଳେ ତାଙ୍କ ବାପା ପତିତ ରାଉତଙ୍କୁ ଓକୋଢୋକନ ପ୍ରଦାନ କରି ଥିବା ବେଳେ ଦଶ ପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା, ଗୋଲାମୁଣ୍ଡାଥାନାରୁ ହେମନ୍ତ କୁମାର ହରିଜନ, ରାଜେଶ ପରିଡ଼ା, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତି ଥିଲେ l