ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଅଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ବାରା ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିକାଶ ଭବନ ଠାରେ ଆୟୋଜିତ ହୋଇଯାଇଛି ।
ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନ ର ଶୀର୍ଷକ ହେଉଛି ” ସତୁନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧି ର ଭିତ୍ତିଭୂମି” ବା “culture of integrity for Nations Prosperity” । ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜନ ହୋଇଥିଲା । ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ଅଭିମନ୍ୟୁ ମାଝୀ , ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର ସେଠୀ, ଭିଜିଲାନ୍ସ ବିଭାଗ ସୁନ୍ଦରଗଡ଼ ଶାଖାର ଡିଏସପି ଶ୍ରୀ ଦୈତାରି ଘଡେ଼ଇ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ଉପସ୍ଥିତ ଥିଲେ। ବୈଠକ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଭିଜିଲାନ୍ସ ଡି.ଏସ.ପି ଶ୍ରୀ ଘଡ଼ାଇ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ସମ୍ୟକ ସୂଚନା ଦେବା ସହିତ ଦୁର୍ନୀତିକୁ ହଟାଇବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ପ୍ରତ୍ୟେକ ଜନ ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସଚୋଟ୍ଟତାର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ନିଜ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମହାଜନ ନିଜ ଅଭିଭାଷଣ ରେ କହିଥିଲେ ଯେ, ଦୁର୍ନୀତି ପାଇଁ ଦେଶର ଅର୍ଥନୀତି ପ୍ରତି କୁପ୍ରଭାବ ପଡୁଛି, ଦୁର୍ନୀତି ହେଉଛି ଉଇ ଭଳି, କୌଣସି ସ୍ଥାନରେ ଉଇ ଲାଗିଗଲେ ତାହା ଯେପରି ସେହି ସ୍ଥାନଙ୍କୁ ଦୁର୍ବଳ ତଥା ଖରାପ କରିଥାଏ l ଠିକ୍ ସେହିଭଳି ସମାଜରେ ଦୁର୍ନୀତି ରହିଲେ ତାହା ସମାଜକୁ ମଧ୍ୟ କଳୁଷିତ କରିଥାଏ ଏବଂ ସେହି ସମାଜର ବିକାଶ ଦିଗରେ ଅଗ୍ରଗତି ନିମନ୍ତେ ବାଧକ ହୋଇଥାଏ । ସେହିଭଳି ଜିଲ୍ଲାପାଳ ଶ୍ରୀ ମହାଜନ ଦୁର୍ନୀତି ସଂପର୍କରେ ଜନସାଧାରଣ ସୂଚନା ପାଇଲେ ସଙ୍ଗେ ସଙ୍ଗେ ଭିଜିଲାନ୍ସର ଟୋଲ ଫ୍ରି ନମ୍ବର ୧୦୬୪ରେ ଜଣେଇବାକୁ ପରାମର୍ଶ ଦେବା ସହିତ ସମସ୍ତ ଙ୍କୁ ଦୁର୍ନୀତି ବିରୋଧରେ ସଜାଗ ଓ ସଚେତନ ରହିବାକୁ କହିଥିଲେ । ସେହି ପରି ଉପସ୍ଥିତ ଅନ୍ୟାନ୍ୟ ଅତିଥିମାନେ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଗୁରୁତ୍ଵାରୋପ କରିଥିଲେ ଏବଂ ସରକାରୀ ସେବା ଯୋଗାଇବା ଆଦି କ୍ଷେତ୍ରରେ ବର୍ତ୍ତମାନ ପ୍ରାୟ ଅନଲାଇନ୍ ପ୍ରକ୍ରିୟାର ସୁବିଧା ରହିଛି । ତେଣୁ ଜନସାଧାରଣ ତଥା ହିତାଧିକାରୀମାନେ ସ୍ୱଚ୍ଛ ଉପାୟରେ ନିଜ ପାଇଁ ସେବା ଗୁଡ଼ିକ ସହଜରେ ପାଇ ପାରିବେ ବୋଲି ଅତିଥିମାନେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା । ସେଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଦଳର ସଦସ୍ୟ, ଆଶା କର୍ମୀ, ବରିଷ୍ଠ ନାଗରିକ, ଭିଜିଲାନ୍ସ ବିଭାଗର କର୍ମଚାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଆଦିର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ଏହି ଅବସରରେ ଆଜି ସକାଳେ ଡିଆରଡିଏ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଏକ ଭିଜିଲାନ୍ସ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ, ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଆଶା କର୍ମୀ ଆଦି ସାମିଲ ହୋଇଥିଲେ ଏବଂ ଭିଜିଲାନ୍ସ ସଚେତନତାର ବାର୍ତ୍ତା ଦେଇ ସହର ମଧ୍ୟରେ ପରିକ୍ରମା କରିଥିଲେ । ପ୍ରକାଶ ଥାଉ କି, ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟାଳୟ, ସମସ୍ତ ଜିଲ୍ଲା ମୁଖ୍ୟାଳୟ, ବ୍ଲକ ମୁଖ୍ୟାଳୟ ମାନଙ୍କରେ ଆଭାସୀ ମାଧ୍ୟମରେ ସମସ୍ତ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ପାଠ କରାଇଥିଲେ