ଶଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା, ବାରଖମା ଫାଣ୍ଡିରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ….

ବାଲିଗୁଡା(ସିବନ୍ତଦିଗାଲ): ଶଶୁର ଘରେ ସ୍ତ୍ରୀର ଶାଢ଼ୀରେ ସ୍ବମିର ଆତ୍ମହତ୍ୟା । ଏହାକୁ ନେଇ ମୃତକ ପରିବାର ପକ୍ଷରୁ ବାରଖମା ପୁଲିସ୍ ଫାଣ୍ଡିରେ ଲିଖିତ ଅଭିଯୋଗ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକେରବାଜୁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ମୃତ ବ୍ୟକ୍ତି ସିମନ୍ ଦିଗାଲ ସଲାଗୁଡ଼ ପଞ୍ଚାୟତ ହୋଇଥିବା ବେଳେ ସେ ଟିକେରବାଜୁ ଗାଁରେ ବିବାହ କରିଛନ୍ତି । ହେଲେ ମୃତ ଶିମନ୍ ଦିଗାଲ ଓ ସ୍ତ୍ରି ମଧ୍ୟରେ କିଛି ମାସ ହେବ ଦୁହିଙ୍କ ମଧ୍ୟରେ ପାରିବାରିକ ଅଶାନ୍ତିକୁ ନେଇ କଥା କଟାକଟି ହୋଇ ମୃତ ସିମନ ସ୍ତ୍ରୀ ତିନି ମାସ ହେବ ନିଜ ବାପା ଘରେ ରହି ଆସୁଥିଲା । ହେଲେ ଗତକାଲି ସେହି ଗାଁରେ ଗୋଟିଏ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ମୃତ ସୀମନ ଦିଗାଲ ଯୋଗଦେଇ ସବୁ କାର୍ଯ୍ୟରେ ସହଯୋଗ ପରେ ରାତିରେ ସ୍ତ୍ରୀର ଗୋଟିଏ ଶାଢ଼ୀ ସାହାଯ୍ୟରେ ଆତ୍ମହତ୍ୟା ହୋଇଥିବ ସୂଚନା ମିଳିଛି । କିନ୍ତୁ ମୃତ ସୀମନ ପରିବାର ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରୁ ନାହାନ୍ତି l ମୃତ ଯୁବକଙ୍କ ପରିବାର ବାଧ୍ୟହୋଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘଟଣା ସ୍ଥଳରେ ବାରଖମା ଫାଣ୍ଡି ଅଧିକାରୀ ପହଞ୍ଚି  ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚକିତ୍ସାଳୟକୁ ପଠେଇ ଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।