ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଉପଖଣ୍ଡ ସ୍ତରୀୟ ପଥ ଉତ୍ସବ, ୱ।କାଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୦୧.୦୧.୨୦୨୫ ସୁଦ୍ଧା ଯେଉଁ ମାନଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା, ଭୋଟର ତାଲିକାରେ ନାମ ଭୁଲ ଥିଲେ ସଂଶୋଧନ କରିବା, ନାମ ବାଦ କରିବା, ବୁଥ ପରିବର୍ତ୍ତନ କରିବା ଆଦିର ସଚେତନ ନିମନ୍ତେ ଭାରତ ନିର୍ବାଚନ କମିଶନର ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ୨୯ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ପଥ ଉତ୍ସବ, ୱ।କାଥନ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ନିମନ୍ତେ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନ ହଲ ଠାରେ ପହଁଚିଥିଲା । ଶୋଭାଯାତ୍ରାରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଦିବାସୀ ନୃତ୍ୟ ଦଳ, ପୋଲିସ, ଅଗ୍ନିଶମ ସେବା ସଂସ୍ଥା, ମେଡିକାଲ ଦଳ, ଦକ୍ଷତା ବିକାଶ କେନ୍ଦ୍ରର ଛାତ୍ରୀ, ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ବହୁ ଜଣ ସାଧାରଣ ଯୋଗ ଦେଇଥିଲେ । ପଥ ଉତ୍ସବ ମାଧ୍ୟମରେ ଭୋଟର ତାଲିକା ସଂଶୋଧନ ଓ ସ୍ୱତନ୍ତ୍ର ସହାୟତା ଦିବସ ବିଷୟରେ ସଚେତନ କରାଯାଇଥିଲା । ପଥ ଉତ୍ସବ ପରେ ଟାଉନ ହଲ ଠାରେ ଏକ ସଚେତନ ସଭା କରାଯାଇଥିଲା । ଏହି ସଭାରେ ବିଶିଷ୍ଟ କବି, ସାହିତ୍ୟିକ, ଗବେଷକ, ସଂସ୍କୃତି ସଂରକ୍ଷକ ଶ୍ରୀରଙ୍ଗ ନାୟକ ମୁଖ୍ୟ ଅତିଥି, ଡେପୁଟି କଲେକ୍ଟର ମଧୁସୂଦନ ମାଝୀ ଉଦଘାଟକ, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ, ଗୁଣପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି, ଥୟାରମ୍ମ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଜାତା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭୋଟର ତାଲିକା ସଂଶୋଧନ, ବାଦ ବିଷୟରେ ନିଜ ବ୍ୟକ୍ତବ ରଖିଥିଲେ ଓ କହିଥିଲେ ଯେ, ଏଇଠୁ ଜାଣିକି ଗଲେ ନିଜ ଗାଁ, ସହର, ପରିବାର ଭିତରେ ଏହି ବିଷୟରେ କହିପାରିବା । ରମାକାନ୍ତ ମିଶ୍ର ସଂଯୋଜନା କରିଥିଲେ । ୨୬.୧୦ତାରିଖ ଦିନ ଅନୁଷ୍ଠିତ ଝୋଟି, ଚିତ୍ରଙ୍କନ ଆଦିର ପୁରସ୍କାର ସହ ୨୯ତାରିଖ ଦିନ ଅନୁଷ୍ଠିତ ଶୋଭାଯାତ୍ରା, ସଂସ୍କୃତିକ କାର୍ଯ୍ୟକ୍ରମର ପୁରସ୍କାର ମୁଖ୍ୟ ଅତିଥିଙ୍କ ଦ୍ୱାରା ବିତରଣ କରଯାଇଥିଲା । ସେବା ସମାଜ (ଶିଶୁ ଯତ୍ନ ଅନୁଷ୍ଠାନ), ଥୟାରମ୍ମ । ମହିଳା ମହାବିଦ୍ୟାଳୟ ଛାତ୍ରୀ, ବାଲନିକେତନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜିଆଈଟି ଆଦି ଅନୁଷ୍ଠାନର ଛାତ୍ର ଛାତ୍ରୀ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।