ଭଞ୍ଜନଗର(ନିଲୁ ବିଷୋୟୀ): ବାଣ ପ୍ରସ୍ତୁତ କରିବା ସମୟରେ ଫୁଟି ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଲେମ୍ଭେଇ ଗ୍ରାମରେ ସୋମବାର ପୂର୍ବାହ୍ନରେ ହାତରେ ବାଣ ଫୁଟି ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମର ଶଙ୍କର ପାତ୍ର(୫୫) ସକାଳ ସମୟରେ ନିଜ ଘରେ ବାଣ ଫୁଟିବାରୁ ଗୁରୁତର ଆହତ ହୋଇଥିଲେ । ତାଳପତ୍ରରେ ଫଟୋକା ବାଣ ପ୍ରସ୍ତୁତ କରିବା ପାଇଁ ସକାଳ ସମୟରେ ପ୍ରସ୍ତୁତ ହେଉଥିବା ବେଳେ ଏଭଳି ଅଘଟଣ ଘଟଥିବା ଅନୁମାନ କରାଯାଉଛି । ପ୍ରକୃତ କାରଣ ଜଣାପଡିନଥିବା ବେଳେ ବାଣ ପ୍ରସ୍ତୁତ କରିବା ସମୟରେ ଅସାବଧାନତା ବଶତଃ ଏଭଳି ହୋଇଥିବା ଅନୁମାନ କରାଯାଉଛି। ତାଙ୍କର ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚକିତ୍ସା ପରେ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଘଟଣା ଜଣାପଡିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।