ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବନ ନିଗମ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଭଞ୍ଜନଗର ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଅଧିକାରୀମାନେ କର୍ମଚାରୀ ମାରଣନୀତି ଆପଣାଉଥିବା ଅଭିଯୋଗ କରି ଏଭଳି ଆନ୍ଦୋଳନ କରିଛନ୍ତି । ତେଣୁ ତୁରନ୍ତ ଏହି ୟୁନିଟର ଖଣ୍ଡିୟ ପରିଚାଳକ ଓ ଉପଖଣ୍ଡୀୟ ପରିଚାଳକ ବଦଳି ଦାବି କରିଛନ୍ତି । ପୂର୍ବରୁ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଏସଂର୍ପକରେ ଅବଗତ କରାଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା କର୍ମଚାରୀ ସଂଘ ସଭାପତି ଅକ୍ଷୟ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି । ଶ୍ରୀ ବିଶ୍ବାଳଙ୍କ ନେତୃତ୍ବରେ ସଂଘର ସଦସ୍ୟମାନେ ଆନ୍ଦୋଳନରେ ବସିଛନ୍ତି । କର୍ମଚାରୀଙ୍କୁ ଅସହଯୋଗ କରିବା ସହ ଉଦ୍ଦେଶ୍ୟ ମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହାର ପ୍ରତିବାଦରେ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସଂପୃକ୍ତ ଦୁଇ ଅଧିକାରୀ ବଦଳି ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ର ରାଉତ କହିଛନ୍ତି ।