ଋଷିମାଳ ମହାବିଦ୍ୟାଳୟରେ ନାଗରିକଙ୍କ ପାଇଁ ସାଧୁତାର ଶପଥପାଠ, ସପ୍ତାହେ ବ୍ୟାପି ଚାଲିବ ସଚେତନତା କାର୍ଯକ୍ରମ…

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କାର୍ଯ୍ୟକ୍ରମ । ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ସୋମବାର ଦିନ ଦୁର୍ନୀତି ନିବାରଣ ନିମନ୍ତେ ସଚେତନତା କରିବାକୁ ଶପଥ ପାଠ ଗ୍ରହଣ କରଯାଇଛି l ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ଯୁକ୍ତ ତିନି ବିଭାଗ ଅଧ୍ୟକ୍ଷ ଡ଼. ଭାସ୍କର ଚରଣ ନାୟକ ଓ ଯୁକ୍ତ ଦୁଇ ବିଭାଗ ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ତତ୍ବାବଧାନରେ ମହାବିଦ୍ୟାଳୟର ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବାଣିଜ୍ୟ ଓ କଳା ବିଭାଗର ଛାତ୍ରଛାତ୍ରୀମାନେ ନାଗରିକଙ୍କ ପାଇଁ ସାଧୁତାର ଶପଥପାଠ ଗ୍ରହଣ କରିବା ସହ ଏହାକୁ ଅଞ୍ଚଳ ବାସୀଙ୍କ ନିକଟରେ ପହଞ୍ଚାଇବାକୁ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମୟରେ ଛାତ୍ରଛାତ୍ରୀମାନେ ଉଚ୍ଚାରଣ କରି କହିଥିଲେ କି  ମୁଁ ବିଶ୍ଵାସ କରେ ଯେ, ଆମ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ ପ୍ରତିବନ୍ଧକ | “ମୁଁ ବିଶ୍ଵାସ କରେ ଯେ, ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରିକ ସମୁଦାୟ ତ‌ଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ । ମୁଁ ଅନୁଭବ କରେ ଯେ, ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କଚା ସହିତ ସର୍ବାଧ‌ିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ । ମୁଁ ସେଥ‌ିପାଇଁ ଶପଥ ନେଉଅଛି ଯେ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବି । ଉତ୍କୋଚ ନେବି ନାହିଁ କିମ୍ବା ଦେବି ନାହିଁ I ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବି । ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବି । ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖ୍ ଉଦାହରଣ ହେବି I ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବି I” ଏହି ଶପଥ ପାଠ ଗ୍ରହଣରେ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀମାନେ ସାମିଲ ହୋଇ ଥିବା ବେଳେ ସଚେତନତା କାର୍ଯ୍ୟକ୍ରମ ଟି ସପ୍ତାହେ ବ୍ୟାପି ଚାଲୁ ରହିବ, ବିଭିନ୍ନ କାର୍ଯ୍ୟପନ୍ଥା ଯଥା ପ୍ଲାକ କାର୍ଡ ରାଲି, ଗାଁକୁ ଗାଁ ବୁଲି ଜନଗହଳି ସ୍ଥାନରେ ଦୁର୍ନୀତି ନିବାରଣ ପାଇଁ ସଚେତନତା ସୃଷ୍ଟି କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ବଳିଆର ସିଂ ସୂଚନା ଦେଇଛନ୍ତି ।