ଅମ୍ବିଆନସ୍ ହୋଟେଲରେ MCL, MSME ଓ NSSHO ଦ୍ବାରା ଭେଣ୍ଡର ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ଅକ୍ଟୋବର 28 ତାରିଖ ସୋମବାର ପୂର୍ବାହ୍ନ 10 ଘଟିକା ସମୟରେ ସ୍ଥାନୀୟ ହୋଟେଲ ଆମ୍ବିଆନ୍ସ ପରିସରରେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ଭେଣ୍ଡର ଡେଭଲ ପମେଣ୍ଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲା ମହାନଦୀ କୋଲ ଫିଲଡ଼ସ୍ ( MCL ) ଆୟୋଜନ କରିଥିବା ବେଳେ ତାକୁ MSME ଓ NSSHO ମିଳିତ ଭାବେ ସହଯୋଗ କରିଥଲେ । ଏମସିଏଲ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର କ୍ଷୁଦ୍ର ଉଦ୍ୟୋଗୀ, ମହିଳା ଓ SC/ST ମାନଙ୍କୁ MSEs ଜରିଆରେ ମିଳୁଥିବା ସୁବିଧା ଓ ସୁଯୋଗ ନେଇ ସଚେତନ କରିବା ଓ ସେମାନଙ୍କୁ ଆଗକୁ ନେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଏମ୍ ସି ଏଲ ( ବସୁନ୍ଧରା କ୍ଷେତ୍ର)ପ୍ରବନ୍ଧକ ପି.ବି. ରେଡ୍ଡୀ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷେ ଏହି କାର୍ଯ୍ୟକ୍ରମ ଫଳପ୍ରଦ ହେବ ବୋଲି ଭୁବନେଶ୍ବରରୁ ଆସିଥିବା ଏଣ୍ଟରପ୍ରିନିଅରମାନେ କହିଛନ୍ତି । ଆଜି ପ୍ରାୟ 40 ଜଣ ସ୍ୱଳ୍ପ ଉଦ୍ୟୋଗୀ ବା କ୍ଷୁଦ୍ର ଉଦ୍ୟୋଗୀ ତାଲିମ ନେବା ସହ ସରକାର ଦେଉଥିବା ସୁବିଧା ଉପରେ ଅବଗତ ହୋଇଥିଲେ ।